ତାବରେଜ ଅନସାରୀ ହତ୍ୟା ଘଟଣା : ୧୦ଜଣଙ୍କୁ ୧୦ବର୍ଷ ଲେଖାଏ ଜେଲ

ବହୁଚର୍ଚ୍ଚିତ ତାବରେଜ ଅନସାରୀ ଲିଚିଂ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୯ରେ ତାବରେଜ ଅନସାରୀ ନାମକ ଜଣେ ଯୁବକ ଭିଡ଼ ହିଂସାର ଶିକାର ହୋଇଥିଲେ। ତାଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଏବେ ଏହି ଘଟଣାକୁ ନେଇ କୋର୍ଟ ୧୦ଜଣ ଦୋଷୀଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରାଇକେଲା କୋର୍ଟ ଅପରାଧୀଙ୍କୁ ଆଇପିସିର ଧାରା ୩୦୪ଅନୁଯାୟୀ ଦଣ୍ଡିତ କରିଛନ୍ତି।
ଝାରଖଣ୍ଡର ସରେଇକେଲା କୋର୍ଟ ସମସ୍ତ ଦୋଷୀଙ୍କୁ ଜେଲଦଣ୍ଡ ଦେବା ସହ ୧୫ ହଜାର ଟଙ୍କା ଲେଖାଏ ଜୋରିମାନା ଲାଗୁ କରିଛନ୍ତି। ଜୁନ ୨୭ରେ କୋର୍ଟ ଏହି ଘଟଣାର ଶୁଣାଣି କରି ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସମସ୍ତଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।
ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନେ ହେଲେ, ଭୀମ ସିଂ ମୁଣ୍ଡା, କମଲ ମହତୋ, ମଦନ ନାୟକ, ଅତୁଲ ମହଲି, ସୁମନ୍ତ ମହତୋ, ବିକ୍ରମ ମଣ୍ଡଳ, ଚାମୁ ନାୟକ, ପ୍ରେମଚାନ୍ଦ ମହାଲି, ମହେଶ ମହାଲି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଣ୍ଡଳ ଓରଫ ପପୁ ମଣ୍ଡଳ ଏବେ ନ୍ୟାୟିକ ହେପାଜତରେ ରହିଛି।
Powered by Froala Editor