ଦେଢ ମାସ ଝିଅକୁ ମାରିଦେଲା ମା’!

ଜଣେ ମା ନିଜ ଶିଶୁ ପାଇଁ କିଛି ବି କରିପାରେ । ହେଲେ ଇଏ କେମିତିକା ମା’ । ଯିଏ ରାଗରେ ନିଜ ଦେଢ ମାସ ଝିଅର ତଣ୍ଟି ଚିପି ଦେଲା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପଦନିପାଳ ଗ୍ରାମରେ। ଗ୍ରାମର ଜଣେ ମା’ ନିଜର ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଜେଜେ ମା’ ବାସନ୍ତୀ ମହାନ୍ତି ଆଳି ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ କାଲି ରାତିରେ ତାଙ୍କ ବୋହୂ ରଶ୍ମିତା ଶିଶୁ ପୁତ୍ର ଆୟୂଷ ଓ ଦେଢ଼ ମାସ ର ଶିଶୁ କନ୍ୟା ତ୍ରିସାଖା କୁ ସାଙ୍ଗରେ ଧରି ଶୋଇ ଥିଲେ। ସକାଳୁ ଉଠି ଶିଶୁ କନ୍ୟା ନାକରୁ ରକ୍ତ ବାହାରି ଥିବା ଦେଖିବାକୁ ମିଳିଥିଲା। ଜେଜେ ରବିନ୍ଦ୍ର ଓ ଜେଜେ ମା’ ବାସନ୍ତୀ ତୁରନ୍ତ ତାକୁ ହସପିଟାଲକୁ ନେଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ରଶ୍ମିତା ପୂର୍ବରୁ ବିଭିନ୍ନ ଘଟଣା ରେ ହିଂସ୍ର ଆଚରଣ କରୁଥିବା ରୁ ସେ ମାରି ଦେଇଥିବା ସନ୍ଦେହ କରି ବାସନ୍ତୀ ଆଳି ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor