ଏହି କାରଣ ଯୋଗୁଁ ଅନୀଲଙ୍କୁ ବାହା ହେଲେନି ମାଧୁରୀ
୯୦ ଦଶକରେ ମାଧୁରୀ ଦୀକ୍ଷିତଙ୍କ ଭଳି ଅଭିନେତ୍ରୀଙ୍କୁ କିଏ ଜାଣିନଥିଲା? ତାଙ୍କ ଜଲୱା ଆଜିବି ସମସ୍ତଙ୍କ ମନକୁ ଧକ୍ ଧକ୍ କରିଦିଏ । ହେଲେ ସେତେବେଳେ ଅନୀଲ କପୁର ଓ ମାଧୁରୀଙ୍କ ଯୋଡିକୁ ବି ବେଶୀ ଭଲ ପାଉଥିଲେ ଦର୍ଶକ । ସେମାନେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ କାହିଁକି ଏପରି ହେଲାନି? ଏହାର ଉତ୍ତର ଦେଇଛନ୍ତି ମାଧୁରୀ ।
୧୯୮୯ମସିହାରେ ମାଧୁରୀଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ତାଙ୍କୁ ଅନୀଲଙ୍କ ସହିତ ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ମାଧୁରୀ କହିଥିଲେ, ଅନୀଲ ଭଲ ମଣିଷ। ସିନେମାରେ ତାଙ୍କ ସହିତ ଅଭିନୟ କଲା ବେଳେ ମୋତେ କୌଣସି ପ୍ରକାର ଅସ୍ବାଭାବିକ ଅନୁଭବ ହୁଏ ନାହିଁ। ସେ ଖୁବ ସ୍ନେହୀ । ସମସ୍ତଙ୍କ ଭଲମନ୍ଦ ପଚାରି ବୁଝି ଥାଆନ୍ତି। କିନ୍ତୁ ତାଙ୍କ ସହିତ ବିବାହ କଥା ଉଠିଲେ, ମୁଁ କହିବି ଅନୀଲଙ୍କୁ ବିବାହ କରି ପାରିବି ନାହିଁ। କାରଣ ସେ ଖୁବ ରାଗୀ ଲୋକ। ଛୋଟଛୋଟ କଥାକୁ ନେଇ ରାଗି ଯାଇଥାଆନ୍ତି। ବାଟ ଚାଲିବା ପାଇଁ ମୋତେ ଜଣେ ଥଣ୍ଡା ବ୍ୟକ୍ତିତ୍ବ ଦରକାର। ଯିଏକି ପ୍ରତ୍ୟେକ ପରିସ୍ଥିତିକୁ ଶାନ୍ତ ଭାବରେ ବୁଝୁଥିବେ।'
Powered by Froala Editor