ଲୋଡର ବୋକେଟ ତଳେ ଚାପି ହୋଇ ଶ୍ରମିକ ମୃତ
ଲହୁଣୀପଡ଼ା : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ତା ପଞ୍ଚାୟତ ବଡ ତୁମକଳା ସ୍ଥିତ ବି ଆର ସ୍ପଞ୍ଜରେ ଅଘଟଣ। ଲୋଡର ବୋକେଟ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଠିଆବେର୍ଣା ଗ୍ରାମର ଦୁଃଖ ମାହାନ୍ତ (୫୬ ବର୍ଷ)।
ସୂଚନା ମୁତାବକ, ଶନିବାର ରାତିରେ ଦୁଃଖ ମାହାନ୍ତ ବି ଆର ସ୍ପଞ୍ଜ ରାତି ଡିୟୁଟିରେ ଆସିଥିଲେ। ସେ ଆରଏ ପି ବେଲ୍ଟରେ କାମ କରୁଥିବା ବେଳେ ରାତି ପ୍ରାୟ ସାଢେ ୧୨ ରୁ ୧ ଘଟିକା ସମୟରେ ପାଖରେ ଥିବା ଡୋଲାମାଇଟି ଗଦା ଉପରେ ବସିଥିଲେ । ଏହି ସମୟରେ କାରଖାନା କାର୍ୟ୍ୟରତ ଓଆର ୧୪ଏଲ ୪୬୭୪ ନମ୍ବର ବିଶିଷ୍ଟ ଲୋଡର ଆସି ଡୋଲାମାଇଟି ଗଦା ଉପରେ ବୋକେଟି ରଖି ଦେଇଥିଲା। ଫଳରେ ଡୋଲାମାଇଟି ଗଦା ଉପରେ ବସିଥିବା ଦୁଃଖ ମାହାନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ସମୟରେ ଲୋଡର ଲାଇଟ୍ ଜଳି ନଥିବା ଅଭିଯୋଗ ହୋଇଛି। ତାଙ୍କୁ ରାତି ୨ ଟା ବେଳେ ଲହୁଣୀପଡା ଡାକ୍ତରଖାନା ଅଣାଯାଇଥିଲେ ହେଁ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲହୁଣୀପଡା ପୁଲିସ ଡାକ୍ତରଖାନରୁ ଶବ ଜବତ କରିଥିବା ଜଣାପଡିଛି।
Powered by Froala Editor