ଭାଇ ନିର୍ବନ୍ଧରେ ଏକା ଆସିଲେ ନିହାରିକା, କୁଆଡେ ଗଲେ ଚୈତନ୍ୟ?

ମାତ୍ର ୩ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଅଭିନେତ୍ରୀ ନିହାରିକା କୋନିଡେଲା ଓ ଚୈତନ୍ୟ ଜୋନାଲାଗଡା। ଚଳିତ ବର୍ଷ ଆରମ୍ଭରୁ ଦୁହେଁ ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଚୈତନ୍ୟ ନିହାରିକାଙ୍କ ସହ ଥିବା ସବୁ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଥିଲେ। ଏବେ ଭାଇ ବରୁଣ ତେଜଙ୍କ ନିର୍ବନ୍ଧରେ ନିହାରିକା ଏକାକୀ ଯୋଗ ଦେବା ପରେ ଏହି ଚର୍ଚ୍ଚା ସ୍ପଷ୍ଟ ହୋଇଛି।
କିଛି ଦିନ ତଳେ ବରୁଣଙ୍କ ବାସଭବନରେ ଅଭିନେତ୍ରୀ ଲାବନ୍ୟାଙ୍କ ସହ ବରୁଣଙ୍କର ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧରେ ଉଭୟଙ୍କ ପରିବାର ଯୋଗ ଦେଇଥିବା ବେଳେ ବରୁଣଙ୍କ ଭଉଣୀ ନିହାରିକା ଏକା ଯୋଗ ଦେଇଥିଲେ। ସାଙ୍ଗରେ ସ୍ବାମୀ ନଥିବାରୁ ଏବେ ଦୁହେଁ ଅଲଗା ହୋଇଥିବା ଚର୍ଚ୍ଚା ଆହୁରି ବଢ଼ିଛି।
ନିହାରିକା ଡିସେମ୍ବର ୨୦୨୦ରେ ଚୈତନ୍ୟ ଜୋନାଲାଗଡାଙ୍କୁ ବିବାହ କରିଥିଲେ। ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନେକ ଷ୍ଟାର ଏଥିରେ ଯୋଗ ଦେଇଥିଲେ। ହେଲେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି।
Powered by Froala Editor