‘ଆଦିପୁରୁଷ’ କ୍ରେଜ୍ : ଗରିବ ପିଲାଙ୍କ ପାଇଁ ୧୦ ହଜାର ଟିକେଟ କିଣିବେ ରଣବୀର

ରଣବୀର କପୁର ଆଦିପୁରୁଷର ୧୦ ହଜାର ଟିକେଟ କିଣିବେ। ସୋସିଆଲ ମିଡ଼ିଆରେ ତରଣ ଆଦର୍ଶ ଟ୍ୱିଟ୍ କରି ଏହି କଥାର ସୂଚନା ଦେଇଛନ୍ତି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ସହ କ୍ରିଟିକ୍ସ ମଧ୍ୟ ଉତ୍ସାହିତ ଅଛନ୍ତି। ଏଥିସହ ରଣବୀର କପୁରଙ୍କ ଏହି ପଦକ୍ଷେପ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ରଣବୀର କପୁର ଏହି ୧୦ ହଜାର ଟିକେଟ ଗରିବ ପିଲାଙ୍କ ପାଇଁ ନେବେ। ଏହାସହ ଏହାର ଏକ ଅଫିସିଆଲ ପୋଷ୍ଟର ମଧ୍ୟ ସେୟାର କରାଯାଇଛି।
ଅନ୍ୟପଟେ ଦ କଶ୍ମୀର ଫାଇଲ୍ସର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାରରୁ ଅଧିକ ଟିକେଟ ମାଗଣାରେ ବାଣ୍ଟିବାର ନିଷ୍ପତ୍ତି ନେଇଛନ୍ତି। ଏହି ଟିକେଟ ତେଲେଙ୍ଗାନାରେ ବଣ୍ଟା ଯିବ। ଟିକେଟକୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଲୋକଙ୍କୁ ଦିଆଯିବ।
ଉଲ୍ଲେଖନୀୟ ଯେ, ପ୍ରଥମ ଥର ଦେଖା ଯାଇଛି କି କୌଣସି ଫିଲ୍ମକୁ ନେଇ ଏତେ ଉତ୍ସାହ ଦେଖା ଯାଇଛି । ଏତେ ପରିମାଣର ଟିକେଟ ଏକା ସଙ୍ଗରେ କିଣା ଯିବା ପ୍ରଥମ ଘଟଣା ।
Powered by Froala Editor