ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

ଷ୍ଟାର୍ଟଅପ୍ ଜଗତରୁ ଇତିମଧ୍ୟରେ ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଆଇଏନ୍ସି୪୨ର ତଥ୍ୟ ଅନୁସାରେ ଗତବର୍ଷଠାରୁ ୯୮ଟି ଷ୍ଟାର୍ଟଅପ୍ ୨୬,୮୬୮ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।
ମେଟା, ବିଟି, ଭୋଡାଫୋନ୍ ଭଳି ବିଶ୍ବସ୍ତରୀୟ ସଂସ୍ଥା ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଇତି ମଧ୍ୟରେ ମେଟା ପକ୍ଷରୁ ଭାରତରେ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଂପାନିର ବରିଷ୍ଠ ଅଧିକାରୀ ସ୍ତରରେ ଛଟେଇ ହୋଇଥିବା ଜଣାପଡ଼ିଛି।
ଗତ ପାଞ୍ଚ ମାସରେ ପ୍ରାୟ ୫୦ଟି ଷ୍ଟାର୍ଟଅପ୍ ୮୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଷ୍ଟାର୍ଟଅପ୍ ସଂସ୍ଥା ଏୟାରମିଟ୍ ୭୫ ଜଣ, ହାପ୍ପେ ଏହାର ୩୫%, ଟିଚ୍ମିଣ୍ଟ୍ ୧୧୫ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ ସୁବିଧା ପ୍ରଦାନ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକରେ ଅଧିକ ଛଟେଇ ହୋଇଛି।
Powered by Froala Editor