ହେଟସ୍ପିଚ୍ ମାମଲାରେ ଆଜମ ଖାନ ନିର୍ଦ୍ଦୋଷ
ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍ ହେଟସ୍ପିଚ୍ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଘୃଣା ଭାଷଣ ମାମଲାରେ ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ। ଏହାପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଥିଲା।
ସେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ରାମପୁର ମିଲକ ପୁଲିସ୍ ଷ୍ଟେସନରେ ମାମଲା ହୋଇଥିଲା। ଜିଲା ମାଜିଷ୍ଟ୍ରେଟ ଏବଂ ସାମ୍ବିଧାନିକ ପଦବୀରେ ବସିଥିବା ଲୋକଙ୍କ ଆଧାରରେ ଆଜାମ ଖାନଙ୍କ ବିରୋଧରେ ଘୃଣା ଭାଷଣ ଦିଆଯାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ହୋଇଥିଲା ଆଜମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରିଛନ୍ତି। ଏହା ପରେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଥିଲା।
ସ୍ୱତନ୍ତ୍ର କୋର୍ଟ ଏହା ଶୁଣାଣି କରି ଆଜମ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେ ଆଜି ଆଶ୍ୱସ୍ତି ପାଇଥିଲେ ମଧ୍ୟ ବିଧାନସଭା ସଭ୍ୟ ପଦ ଫେରିପାଇବେ ନାହିଁ। କାରଣ ଅନ୍ୟ ଏକ ମାମଲାରେ କିଛି ମାସ ତଳେ ମୋରଦାବାଦର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
Powered by Froala Editor