Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ...

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ...

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

Home ›› ››ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାରେ ବାଜିବନି ଡିଜେ, ଲାଇସେନ୍ସ ପ୍ରାପ୍ତ ବାଣୁଆ ଫୁଟାଇବେ ବାଣ

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାରେ ବାଜିବନି ଡିଜେ, ଲାଇସେନ୍ସ ପ୍ରାପ୍ତ ବାଣୁଆ ଫୁଟାଇବେ ବାଣ

2023-05-16 06:04:28
15231
Share:
Facebook
Twitter
E-Mail
WhatsApp
Telegram
ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାରେ ବାଜିବନି ଡିଜେ, ଲାଇସେନ୍ସ ପ୍ରାପ୍ତ ବାଣୁଆ ଫୁଟାଇବେ ବାଣ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ। ସେହିପରି ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟଠାରେ ଏହି ବୈଠକ କରାଯାଇ ଯାତ୍ରାର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା।

ପ୍ରଶାସନର ଘୋଷଣା ଅନୁଯାୟୀ ଆସନ୍ତା ମେ’ ୨୪ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଶୋଭାଯାତ୍ରା ରାତି ୧୧ଟା ସୁଦ୍ଧା ବାହାରିବ। ୧୧ଟା ୪୫ ମଧ୍ୟରେ କେଦାରଗୌରୀ ମନ୍ଦିରରେ ପହଞ୍ଚିବ। ସେହିପରି ତା’ ପରଦିନ ମେ’ ୨୫ ରାତି ୧୦ଟାସୁଦ୍ଧା କେଦାରଗୌରୀ ମନ୍ଦିରରୁ ଦେବଦମ୍ପତି ବାହାରିବେ। ଆସିବା ବେଳେ ବାଟରେ ୪ଟିସ୍ଥାନରେ ଭୋଗ ଖାଇବେ। ଯୌତୁକ ଇନ୍ଦ୍ରହାତୀ ଉପରେ ବସି ଇନ୍ଦ୍ରରାଜା ସେବାୟତ ପାଛୋଟି ଆଣିବେ। ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିରକୁ ଫୁଲରେ ସଜାଯିବ। ବିବାହ ବେଦୀ ଓ ପାଲିଙ୍କି ବିମାନ ସଜାଯିବ। ସେହିପରି ରାସ୍ତାରେ ଅଧିକ ଲାଇଟ୍‌ ଲଗାଯିବ। କେଦାରଗୌରୀ ମନ୍ଦିର ଭିତରେ ବେଦୀ ମଣ୍ଡପ ଓ ମନ୍ଦିର ପରିସରରେ ଲାଇଟ୍‌ ଲଗାଯିବ। ବିଭିନ୍ନ ପାରମ୍ପରିକ ବାଦ୍ୟ ସହ ମଶାଲ, ଘଣ୍ଟ, କାହାଳୀ ବାଜି ଠାକୁର ଯାତ୍ରା କରିବେ। ପାଳିଆ ସେବାୟତ ଠାକୁରଙ୍କ ସଙ୍ଗେ ଯିବେ।

ସେମାନେ କର୍ଡନ ଭିତରେ ରହିବେ। ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର ଓ ଠାକୁରଙ୍କ ଯିବାଆସିବା ରାସ୍ତାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ କରାଯିବ। ଏହି ବୈଠକରେ ଶ୍ରୀ ମହାପାତ୍ରଙ୍କ ସମେତ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ଟ୍ରଷ୍ଟବୋର୍ଡର ବରିଷ୍ଠ ସଦସ୍ୟ ତଥା ବିଏମ୍‌ସିର ପୂର୍ବତନ ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗର ସମ୍ପାଦକ କମଳା ବଡୁ, ସମର୍ଥା ନିଯୋଗର ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ବିଶୋଇ, ଆପଟିଆ, ପୁରୋହିତ, ମନ୍ଦିର ଜ୍ୟୋତିଷ, ଭଣ୍ଡାର ମେକାପ, ଚର୍ଚ୍ଚେଇତ, ସୁପରଭାଇଜର, ନୀତିକରିଣୀ ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Shree lingaraj mandir

Related articles Odisha News Lens 4.1

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15405
    Apr 11, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14602
    Apr 10, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15390
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15491
    Apr 10, 2026
  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14558
    Apr 11, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14971
    Apr 10, 2026
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍
    ଦେଶ-ଦେଶାନ୍ତର

    ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15328
    Apr 11, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14280
    Apr 11, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15576
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14280
    Apr 11, 2026
  • ଦେଶ-ଦେଶାନ୍ତର

    ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15328
    Apr 11, 2026
  • ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15491
    Apr 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17412
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17469
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17822
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16298
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14280
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15527
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14381
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14599
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15759
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15324
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15054
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15558
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13855
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15390
    Apr 10, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15405
    Apr 11, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15060
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In