ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ, ଆଜି ଯାତ୍ରା କରିବେ ୧୭୦ ଜଣ ଓଡ଼ିଆ
ଭୁବନେଶ୍ୱର: ଦୁବାଇକୁ ସୋମବାରଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ସନ୍ଧ୍ୟା ସାଢେ ୬ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ୧୭୦ ଜଣ ଓଡ଼ିଆ ଯାତ୍ରୀ ଯାତ୍ରା କରିବେ । ଯାତ୍ରୀ ମାନଙ୍କ ମଧ୍ୟରେ ମିଶନ ଶକ୍ତି, ଛାତ୍ରୀ, କଳା, ସଂସ୍କୃତି ଓ କ୍ରୀଡ଼ାବିତ୍ ରହିଛନ୍ତି । ଏହା ପୂର୍ବରୁ ପର୍ୟ୍ୟଟନ ବିଭାଗ ପକ୍ଷରୁ ଦୁବାଇରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ରୋହିତ ପୂଜାରୀଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧି ଦଳ ସୋମବାର ଦୁବାଇ ଗସ୍ତ କରିବେ । ହସ୍ତକଳା, ସାଂସ୍କୃତିକ, ବାଣିଜ୍ୟିକ ଓ ପର୍ୟ୍ୟଟନକୁ ପ୍ରୋତ୍ସାହିତ ଓ ଶ୍ରୀବୃଦ୍ଧି ପାଇଁ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ପାଳନ ହେବ ଓଡ଼ିଶା ଦିବସ । ସପ୍ତାହରେ ୩ ଦିନ ତଥା ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ରହିବ ।
ପ୍ରଥମେ ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବ । ଏହା ପରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ । ଭୁବନେଶ୍ୱରୁ ସନ୍ଧ୍ୟା ୬.୩୦ରେ ବିମାନ ଭୁବନେଶ୍ୱରରୁ ବାହାରି ୯.୪୫ରେ ଦୁବାଇରେ ପହଞ୍ଚିବ । ଏଥିରେ ମୋଟ ୧୮୬ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ଏହି ବମାନ ସେବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ସାଧାରଣ ଲୋକଙ୍କ ପାଇଁ ଟିକେଟର ମୂଲ୍ୟ ୧୦ ହଜାର ଓ ଦୁଇ ପାଶ୍ୱର୍ରୁ ୨୦ ହଜାର ଟଙ୍କା ରଖାଯାଇଛି । ସେହିପରି ଜୁନ୍ ୩ ତାରିଖରେ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ମଧ୍ୟ ଫ୍ଲାଇଟ ସେବା ଆରମ୍ଭ ହେବ ।
Powered by Froala Editor