ଫିନୋ ପେମେଣ୍ଟସ୍ବ୍ୟାଙ୍କର ମର୍ଚାଂଟ୍ ନେଟ୍ୱର୍କ କୋଭିଡ୍-୧୯ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଉଛି
ଭୁବନେଶ୍ୱର: ଲୋକମାନଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇବା ବ୍ୟତୀତ ଫିନୋ ପେମେଣ୍ଟସ୍ ବ୍ୟାଙ୍କର ସାରା ଦେଶରେ ଥିବା ମର୍ଚାଂଟ୍ ଆଉଟ୍ଲେଟ୍ଗୁଡ଼ିକ ଟିକାକରଣ ଲାଗି ଲୋକମାନଙ୍କ ଅନଲାଇନ୍ ପଞ୍ଜୀକରଣରେ ସହାୟତା ପ୍ରଦାନ କରିବା କୋଭିଡ୍-୧୯ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ।
କୋଭିଡ୍-୧୯ରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ସମସ୍ତଙ୍କ ଟିକାକରଣ ହେଉଛି ଶ୍ରେଷ୍ଠ ଉପାୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଓ ମେଡିକାଲ୍ ବିଶେଷଜ୍ଞମାନେ ସୁପାରିସ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ବ୍ୟକ୍ତିମାନେ କୋ-ୱିନ୍ ପୋର୍ଟାଲ୍ (https://www.cowin.gov.in ) କିମ୍ବା ଆରୋଗ୍ୟ ସେତୁ ଆପ୍ରେ ଅଗ୍ରୀମ ଲଗ୍ଇନ୍ କରି କୋଭିଡ୍୧୯ ଟିକାକରଣ ଲାଗି ପଞ୍ଜୀକରଣ କରିପାରିବେ । କିଛି ହାତଗଣତି ଅନ୍-ସ୍ପଟ୍ ପଞ୍ଜୀକରଣ ଉପଲବ୍ଧ ଥିବା ବେଳେ ଚିନ୍ତାମୁକ୍ତ ଅନୁଭୂତି ଲାଗି ଅନ୍ଲାଇନ୍ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରଯୁକ୍ତିକୁ ବ୍ୟବହାର କରୁନଥିବା ଏବଂ ସ୍ମାର୍ଟଫୋନ୍ ରଖି ନଥିବା ଲୋକମାନଙ୍କୁ ସାହାଯ୍ୟ କରି ଫିନୋ ମର୍ଚାଂଟମାନେ ଦେଶର ନିୟୁତାଧିକ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ସହ ଯୋଗ ଦେଇଛନ୍ତି ଯେଉଁମାନେ ପ୍ରଭାବିତ ପରିବାରଗୁଡ଼ିକୁ ନିଃସ୍ୱାର୍ଥପର ସେବା ପ୍ରଦାନ କରୁଛନ୍ତି । ଫିନୋ ମର୍ଚାଂଟ୍ମାନେ ପାଖ ପଡୋଶୀରେ ଅଛନ୍ତି ଏବଂ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଛନ୍ତି-ସବୁବେଳେ । ଫିନୋ ମର୍ଚାଂଟ୍ ପଏଂଟ୍ ବିଷୟରେ ଜାଣିବା ଲାଗି ଲୋକମାନେ https://fino.latlong.in ୟୁଆର୍ଏଲ୍ରେ କ୍ଲିକ୍ କରିପାରିବେ କିମ୍ବା କ୍ୟୁଆର୍ କୋଡ୍କୁ ସ୍କାନ୍ କରିପାରିବେ ।
ଅତୁଲ ତ୍ରିବେଦୀ, ବରିଷ୍ଠ ମଣ୍ଡଳ ମୁଖ୍ୟ, ଫିନୋ ପେମେଣ୍ଟସ୍ ବ୍ୟାଙ୍କ କହିଛନ୍ତି ଯେ, “ଗ୍ରାମାଚଂଳର ଅଧିକାଂଶ ଲୋକ ବିଶେଷ କରି ବରିଷ୍ଠ ନାଗରିକ ଓ ମହିଳାମାନେ ଅନଲାଇନ୍ ପଞ୍ଜୀକରଣ ବିଷୟରେ ଅଜ୍ଞ ଥିବାରୁ ସେମାନେ ଟିକାକରଣରେ ବିଳମ୍ବ କରୁଛନ୍ତି କିମ୍ବା ତାହାକୁ ଏଡ଼ାଇ ଯାଉଛନ୍ତି । ସେମାନଙ୍କୁ ସାହାଯ୍ୟ ଦରକାର ଏବଂ ଏକ ଦାୟିତ୍ୱବାନ ମର୍ଚାଂଟ୍ ଭାବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଲୋକମାନେ ନିଜ ଆଧାର କାର୍ଡ ସହିତ ଫିନୋ ମର୍ଚାଂଟ୍ମାନଙ୍କ ପାଖରେ ପହଂଚିପାରିବେ ଏବଂ ଆବଶ୍ୟକ ପଞ୍ଜୀକରଣ କରିପାରିବେ । ଟିକାକରଣ ଅଭିଯାନର ପ୍ରଭାବରେ ଉନ୍ନତି ଆଣିବା ଲାଗି ଏହି ମାନବୀୟ ସଙ୍କଟ ସମୟରେ କ୍ଷେତ୍ର ସ୍ଥଳରେ ଏଭଳି କ୍ଷୁଦ୍ର ସହାୟତା କାର୍ଯ୍ୟର ଆବଶ୍ୟକତା ରହିଛି ।’’
ଫିନୋ ମର୍ଚାଂଟ୍ମାନେ ନିଜ ସ୍ମାର୍ଟଫୋନ୍ରେ ସିଧାସଳଖ କିମ୍ବା ଫିନୋ ମିତ୍ର କିମ୍ବା ବିପେ’ ଆପ୍ ଜରିଆରେ କୋ-ୱିନ୍ ପୋର୍ଟାଲ୍ ହାସଲ କରିପାରିବେ । ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବା ଲାଗି ମର୍ଚାଂଟ୍ଙ୍କୁ ପୋର୍ଟାଲ୍ରେ ସହାୟତା ଚାହୁଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଓ ଆଧାର ଦେବାକୁ ପଡ଼ିବ । ଏକ ଓଟିପି ସୃଷ୍ଟି ହେବ ଯାହାକୁ ଦେବା ପରେ ପଞ୍ଜୀକରଣ ସଫଳ ହୋଇଥିବା ସମ୍ପର୍କିତ ଏସ୍ଏମ୍ଏସ୍ ଆସିବ । ଲୋକମାନେ ଟିକାକରଣ କେନ୍ଦ୍ର ଏବଂ ସମୟ ସ୍ଲଟ୍ ଚୟନ କରିପାରିବେ । ଲୋକମାନଙ୍କୁ ଡୋଜ୍ ନେବା ଲାଗି ଟିକାକରଣ କେନ୍ଦ୍ରରେ ତାହାକୁ ଦେଖାଇବାକୁ ପଡ଼ିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁସାରେ ମେ’ ୨୩ ସୁଦ୍ଧା ଭାରତରେ ମୋଟ କୋଭିଡ୍ ଟିକାକରଣ ଡୋଜ୍ ସଂଖ୍ୟା ୨୧.୮୦ କୋଟିରେ ପହଂଚିଛି । ଏଥିରେ ସାମିଲ ରହିଛି ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧ।।ମାନଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଯେଉଁମାନଙ୍କ ବୟସ ୪୫-୬୦ ଓ ୧୮-୪୪ ବର୍ଷ ବୟସ ।
Powered by Froala Editor