ରାଉଣ୍ଡ -୯: ବିଜେଡି ଟପିଲା ୫୦ହଜାର
ଭୁବନେଶ୍ୱର: କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ନବମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୫୧,୭୮୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୨୮୧୯୦ ଓ କଂଗ୍ରେସକୁ ମାତ୍ର ୨୮୨୩ଟି ଭୋଟ ମିଳିଛି । ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଛି । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛି ।
ଅଷ୍ଟମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୪୭୨୨୩ଟି ଭୋଟ ମିଳିଥିବାବେଳେ ବିଜେପିକୁ ୨୫୫୫୭ ଓ କଂଗ୍ରେସକୁ ମାତ୍ର ୨୬୮୫ଟି ଭୋଟ ମିଳିଥିଲା ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
Powered by Froala Editor