ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫୫୦ କୋଟି ଡଲାର ରହିଛି।
ବ୍ଲୁମବର୍ଗ ଅରବପତି ସୂଚୀର ପ୍ରଥମ ସ୍ଥାନରେ ଫ୍ରାନ୍ସର ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୮୦୦ କୋଟି ଡଲାରରୁ ବି ଅଧିକ। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏଲନ ମସ୍କ। ତାଙ୍କ ମୋଟ ମୋଟ ସମ୍ପତ୍ତି ୧୭୦୦୦ କୋଟି ଡଲାର । ତୃତୀୟ ସ୍ଥାନରେ ଅଛନ୍ତି ଜେଫ୍ ବେଜୋସ୍। ତାଙ୍କ ମୋଟ ସମ୍ପତ୍ତି ୧୩୦୦୦ କୋଟି ଡଲାର ହୋଇଥିବାବେଳେ କେବଳ ଚଳିତବର୍ଷ ସେ ତାଙ୍କ ସମ୍ପତ୍ତିରେ ୨୨୮୦ କୋଟି ଡଲାର ସଂଯୋଗ କରିବାରେ ସଫଳ ହୋଇଛନ୍ତି। ବେଜୋସଙ୍କ ପଛକୁ ୧୨୫୦୦ କୋଟି ଡଲାର ସହିତ ବିଲ ଗେଟସ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ଚଳିତବର୍ଷ ତାଙ୍କ ସମ୍ପତ୍ତିରେ ୧୬୩୦ କୋଟି ଡଲାର ବୃଦ୍ଧି ହୋଇଛି। ଆମେରିକୀୟ ନିବେଶକ ୱାରେନ ବଫେଟ୍ ସୂଚୀର ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତି ଚଳିତବର୍ଷ ୬୭୮୦ କୋଟି ଡଲାର ବୃଦ୍ଧି ହୋଇଛି।
ସେପଟେ ଅନ୍ୟତମ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନି ୨୧ତମ ସ୍ଥାନରୁ ଖସି ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ହିଣ୍ଡେନ୍ବର୍ଗ ରିପୋର୍ଟ ଯୋଗୁ ଆଦାନିଙ୍କର ୬୩୫୦ କୋଟି ଡଲାରର କ୍ଷତି ହେଲାଣି। ଆଦାନି ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ଯୋଗୁ ଆଦାନିଙ୍କ ମୋଟ ସମ୍ପତ୍ତିରେ ୪୭୮୦ କୋଟି ଡଲାର ହ୍ରାସ ହୋଇଛି।
Powered by Froala Editor