୨୫ ବର୍ଷ ପରେ କରନଙ୍କ ଫିଲ୍ମରେ କାମ କରିବେ ସଲମାନ
୨୫ ବର୍ଷ ପରେ ପୁଣି ଥରେ କରନ୍ ଓ ସଲମାନ୍ ଏକାଠି କାମ କରିବେ ବୋଲି ଜଣାପଡ଼ିଛି। କରନ୍ ଗତବର୍ଷ ଅକ୍ଟୋବରରେ ତାଙ୍କର ଆଗାମୀ ଫିଲ୍ମ ପାଇଁ ସଲମାନ୍ଙ୍କୁ ଯୋଗାଯୋଗ କରିଥିଲେ। କରନ୍ ଏ ବାବଦରେ ଦୁଇଥର ସଲମାନ୍ଙ୍କୁ ଭେଟି ସାରିଥିଲେ। କିନ୍ତୁ ସଲମାନ୍ ଏଭଳି ଫ୍ୟାମିଲି ଡ୍ରାମା ପାଇଁ ଇଚ୍ଛୁକ ନଥିବା କହିଥିଲେ। କାରଣ ଫିଲ୍ମଟି ଏ ଫ୍ୟାମିଲି ଡ୍ରାମା ଥିଲା । ଯାହାକି ପିତା ଓ ପୁତ୍ର ଉପରେ ପର୍ଯ୍ୟବେସିତ ଥିଲା ।
ଜାନୁଆରୀରେ ପୁଣି ଥରେ କରନ୍ ‘ଶେରଶାହ’ର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନଙ୍କ ସହ ଅନ୍ୟ ଏକ ଫିଲ୍ମ ନେଇ ସଲମାନ୍ଙ୍କ ପାଖରେ ପହଞ୍ଚିଥିଲେ। ସଲମାନ୍ ଏହି ପ୍ରୋଜେକ୍ଟ ପାଇଁ ରାଜିଥିବା ଜଣାପଡ଼ିଛି। ଏହା ଏକ ଆକ୍ସନ ଫିଲ୍ମ। ୨୦୨୪ ଇଦ୍ ରେ ଏହା ରିଲିଜ୍ ହେବ ବୋଲି କୁହାଯାଉଛି। ଆସନ୍ତା ନଭେମ୍ବର ମାସରୁ ଏହାର ସୁଟିଂ ଆରମ୍ଭ ହେବ।
ସୂଚନା ଅନୁଯାୟୀ, ନିର୍ଦ୍ଦେଶକ କରନ୍ ଜୋହର୍ଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ସଲମାନ୍ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। ସେବେଠାରୁ କରନ୍ ଓ ସଲମାନ୍ ଏକାଠି କାମ କରିନାହାନ୍ତି।
Powered by Froala Editor