ଆଜି ମହାମହୀମ ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୁରଭଞ୍ଜ ଗସ୍ତର ଶେଷ ଦିନ
ବାରିପଦା: ଆଜି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ର୍ମୁର୍ମୁଙ୍କ ୩ଦିନିଆ ଜନ୍ମମାଟି ମୟୁରଭଞ୍ଜ ଗସ୍ତର ଶେଷ ଦିନ । ସକାଳ ୯ଟା ୪୦ରେ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ପହଂଚିବେ । ସେଠାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଓଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବା ପରେ ପିଭିଟିଜିଏସଙ୍କ ସହିତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।
ପରେ ୧୧ଟା ୧୫ମିନିଟରୁ ୧୨ଟା ୧୫ମିନିଟ ପର୍ୟ୍ୟନ୍ତ ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ୱ ବିଦ୍ୟାଳୟ ର ୧୨ତମ ସମାବର୍ତନ ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ସଭାରେ ଉଦବୋଧନ ଦେବେ । ଏହି ଉତ୍ସବରେ ୪୩ ଜଣ ବିଦ୍ୟାର୍ଥୀ ଙ୍କୁ ସ୍ୱର୍ଣ୍ଣ ପଦକ, ୯୦ ଜଣଙ୍କୁ ପି.ଏଚ.ଡି ଡିଗ୍ରୀ, ୭ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧୀ ସହିତ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିବା ଅଶୋକ ଦାସ ଙ୍କୁ ତାଙ୍କ କୃତିତ୍ୱ ଲାଗି ଡି.ଏସ.ସି ଉପାଧୀରେ ସମ୍ମାନିତ କରିବେ ।
ପରେ ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାରପୋର୍ଟ ଅଭିମୁଖେ ଫେରିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor