ଜେଲରେ ଗ୍ୟାଙ୍ଗୱାର : ଗ୍ୟାଙ୍ଗଷ୍ଟର ତିଲୁକୁ ଲୁହା ରଡରେ ପିଟି ହତ୍ୟା

ତିହାର ଜେଲରେ ଦୁଇ ଗ୍ୟାଙ୍ଗ ହମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୂରିୟା ଓରଫ ସୁନୀଲ ମାନର ମୃତ୍ୟୁ ହୋଇଛି । ଜିତେନ୍ଦ୍ରର ଗୋଗି ଗ୍ୟାଙ୍ଗ ସଦସ୍ୟ ତିଲୁ ଓ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ତିଲୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି ।
ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିମାଡ଼ ଘଟଣାରେ ତିହାର ଜେଲରେ ଥିଲା ଗ୍ୟାଙ୍ଗଷ୍ଟର ତିଲୁ ତାଜପୂରିୟା ଓରଫ ସୁନୀଲ ମାନ । ମଙ୍ଗଳବାର ସକାଳେ ହତ୍ୟା କରାଯାଇଛି। ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍ରେ ପିଟିଥିଲେ।
ଗୁରୁତର ଭାବେ ଆହତ ତିଲୁ ତାଜପୁରିୟାକୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତିଲୁକୁ ଅଚେତ ଅବସ୍ଥାରେ ଅଣାଯାଇଥିଲା। ସକାଳେ ସାଢ଼େ ୬ଟାରେ ତାକୁ ମୃତ ଘୋଷଣା କରାଯାଇଥିଲା।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତିଲୁକୁ ଜେଲରେ ଥିବା ଯୋଗେଶ ଟୁଣ୍ଡା, ତା’ର ସହଯୋଗୀ ଦୀପକ ତୀତାର, ରିୟାଜ ଖାନ ଓ ରାଜେଶ ଆକ୍ରମଣ କରିଥିଲେ। ସେମାନେ ଲୁହା ରଡ୍ରେ ତିଲୁକୁ ପିଟିଥିଲେ। ସେମାନେ ରୋହିତ ନାମକ ଆଉ ଜଣେ କଏଦୀଙ୍କୁ ବି ପିଟିଥିଲେ। ତେବେ ତାଙ୍କ ଅବସ୍ଥା ଭଲ ଅଛି। ଯୋଗେଶ ଜଣେ ଶାର୍ପସୁଟର। ସେ ମୃତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗରେ ଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିକୁ ଲୋକ ଲଗାଇ କୋର୍ଟରୁମ ଭିତରେ ହତ୍ୟା କରିଥିଲା ତିଲୁ।
Powered by Froala Editor