ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଇଟାରେ ଛେଚି ମାରିଦେଲେ

ଦିଲ୍ଲୀ ବଦରପୁର ଅଞ୍ଚଳର ଏକ ଡ୍ରେନ୍ରୁ ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଦିଲ୍ଲୀର ମୋଲାରବନ୍ଦ ଗାଁର ବିଲାସପୁରର ସୌରଭ। ଦୁଇ ଜଣ ବ୍ୟକ୍ତି ଏମସିଡି ସ୍କୁଲରେ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କୁ ପ୍ରଥମେ ଇଟା ମାଡ଼ କରି ପିଟିପିଟି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଦକ୍ଷିଣ ଦିଲ୍ଲୀର ବାଦ୍ରାପୁର ଅଞ୍ଚଳରେ ଥିବା ଗୋଟିଏ ଡ୍ରେନ ଫିଙ୍ଗି ଦେଇଥିଲେ। ଡ୍ରେନରୁ ଛାତ୍ରଙ୍କ ମୃତଦେହ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ସୌରଭ ତାଜପୁର ପହରୀସ୍ଥିତ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍ସିଡି) ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟର ଛାତ୍ର । ଗୁରୁବାର ରାତିରେ ବଦରପୁର ଥାନାକୁ ଏକ କଲ୍ ଆସିଥିଲା। ଜଣେ ସ୍କୁଲ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ପୋଲିସର ଏକ ଟିମ୍ ଖଟୁସିୟମ ପାର୍କ ଏବଂ ତାଜପୁର ରୋଡ ଗାଁ ମଧ୍ୟରେ ପହଞ୍ଚି ସ୍କୁଲ ୟୁନିଫର୍ମରେ ଥିବା ଜଣେ ଛାତ୍ରଙ୍କ ମୃତଦେହ ଡ୍ରେନ୍ରେ ପଡିଥିବା ଦେଖିବାକୁ ପାଇଥିଲା। ପୋଲିସ ଘଟଣାସ୍ଥଳରୁ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ଥିବା ଏକ ସ୍କୁଲ ବ୍ୟାଗ ମଧ୍ୟ ଜବତ କରିଛି।
ଡେପୁଟି କମିଶନର କହିଛନ୍ତି, ସ୍କୁଲ ବ୍ୟାଗ୍ଠାରୁ ପ୍ରାୟ କିଛି ମିଟର ଦୂରରେ ୪ରୁ ୫ଟି ରକ୍ତଲଗା ଇଟା ଏବଂ ରକ୍ତଭିଜା ଏକ ଟାୱେଲକୁ ପୋଲିସ ଜବତ କରିଛି। ହେଲେ କେଉଁ ପରିସ୍ଥିତିରେ ଛାତ୍ରଙ୍କୁ ହତ୍ୟା କରାଗଲା ତାହା ଜଣାପଡିନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି।
Powered by Froala Editor