ମେ’ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ !
ଭୁବନେଶ୍ୱର: ଆସନ୍ତା ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥର ପୁରୀ ଗସ୍ତ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗସ୍ତ ସମୟରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବା ସହିତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ମଧ୍ୟ ଲୋକାର୍ପିତ କରିବାର ଯୋଜନା ରହିଛି । ଅନୁରୁପ ଭାବେ ସମ୍ୱଲପୁର-ଟିଟଲାଗଡ ରେଳ ଲାଇନ୍ ଦୋହରିକରଣ, ପୁରୀ ଓ କଟକ ଷ୍ଟେସନ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଝାରସୁଗୁଡ଼ା-ରାଉରକେଲା ତୃତୀୟ ଲାଇନ୍, ରାଉରକେଲା-ମନୋହରପୁର-ବଣ୍ଡମୁଣ୍ଡା ତୃତୀୟ ଲାଇନ, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍, ତାଳଚେର-ବିମଲାଗଡ ନୂଆ ଲାଇନ ଶୁଭାରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
Powered by Froala Editor