ଲାଞ୍ଚ ନେବା ବେଳେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

କଟକ: ଭିଜିଲାନ୍ସ ଜାଲରେ କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଇଂ.ବାଉରୀ ବନ୍ଧୁ ପରିଡା। ସେ ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ବାଉରୀ ବନ୍ଧୁ ପରିଡା ପ୍ରତିଟି କାର୍ୟ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ସମ୍ପୃକ୍ତ ଅଧିକାରୀ ଜଣକ ବଡ଼ମ୍ବା ବ୍ଳକରେ ୫ଟି ପଞ୍ଚାୟତ ଦାୟିତ୍ଵରେ ଥିଲେ। ମୁଗଗହିରୀ ପଞ୍ଚାୟତର ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚୁରା ଚଳାଇଥିବା ଜଣାପଡ଼ିଛି।
Powered by Froala Editor