ଓଡ଼ିଶାରେ ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ XBB.2.3 ଠାବ

ଭୁବନେଶ୍ଵର : ଓଡ଼ିଶାରେ ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ XBB.2.3 ଠାବ। ଭୁବନେଶ୍ଵର ସ୍ଥିତ ILS ଓ RMRCରେ ଜିନମ୍ ସିକ୍ବେନ୍ସିଂରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଏବେ ବଢୁଥିବା ଓମିକ୍ରନ୍ ସଂକ୍ରମଣ XBB.1.16 ଭାରିଏଣ୍ଟ ଯୋଗୁଁ ବଢୁଛି।
ଭୁବନେଶ୍ଵରରେ ଥିବା ଲ୍ୟାବ୍ ଦ୍ଵାରା ଜିନମ୍ ସିକ୍ବେନ୍ସିଂ କରାଯାଇ ଏହି ସବ୍ ଭାରିଆଣ୍ଟ ଚିହ୍ନଟ କରାଯାଇଥିବା ସାର୍ସ କୋଭିଡ୍ ଜେନୋମିକ୍ସ କନସୋର୍ଟିୟମ୍-INSACOG ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ XBB.2.3 ଭାରିଏଣ୍ଟର ଗୋଟିଏ ନମୁନା ଏବଂ ଏହାର ଅତିରିକ୍ତ ମ୍ୟୁଟେସନ୍ ହୋଇଥିବା XBB.2.3.2ର ୨ଟି ନମୁନା ଚିହ୍ନଟ ହୋଇଛି। ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ୭୭ଟି ନମୁନାରୁ ୩୪ଟି କେସ୍ ରେ ଢଈଈ.୧.୧୬ ଏବଂ ଏହାର ମ୍ୟୁଟେସନ୍ ହୋଇଥିବା XBB.1.16.1ର ଗୋଟିଏ ଚିହ୍ନଟ ହୋଇଛି। ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଏବଂ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କରାଯାଇଥିବା ଜିନମ୍ ସିକ୍ବେନ୍ସିଂ ଦ୍ବାରା ଏହାକୁ ଚିହ୍ନଟ କରାଯାଇଛି।
Powered by Froala Editor