ମେ’ ପହିଲାରୁ ଛେନା, ପନିର ଦର ବଢ଼ିବ

ମେ’ ପହିଲାରୁ ଛେନା, ପନିର, କଞ୍ଚା ଖୁଆର ପାଇକାରୀ ଦର ବୃଦ୍ଧି ହେବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ ଛେନା କେଜି ୨୦ ଟଙ୍କା ବଢ଼ିଛି। ବର୍ତ୍ତମାନ ଛେନା କେଜି ପ୍ରତି ୧୭୫ ଟଙ୍କା ରହିଥିବାବେଳେ ବଢ଼ିବା ପରେ ଏହା ୧୯୫ଟଙ୍କା ହେବ। ସେହିପରି ପନିର କେଜି ୩୦ଟଙ୍କା ବଢ଼ିଛି। ବର୍ତ୍ତମାନ ପନିର କେଜି ୨୨୫ଟଙ୍କା ରହିଥିବାବେଳେ ବର୍ଦ୍ଧିତ ଦର ଲାଗୁ ହେବା ପରେଏହା ୨୫୫ଟଙ୍କାରେ ପହଞ୍ଚିବ।
ଅପରପକ୍ଷରେ ସବୁଠୁ ଅଧିକ ଖୁଆ କେଜି ୬୦ଟଙ୍କା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଖୁଆ କେଜି ଦର ୨୬୦ଟଙ୍କା ରହିଥିବାବେଳେ ବଢ଼ିଥିବା ଦର ଲାଗୁ ହେବା ପରେ ଖୁଆ କେଜି ୩୨୦ ଟଙ୍କା ହେବ ବୋଲି କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଥିବା ବେଳେ ଗୋ ଖାଦ୍ୟ ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ଦୁଗ୍ଧ ଜାତ ଦ୍ରବ୍ୟର ଦର ବୃଦ୍ଧି ପାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
Powered by Froala Editor