ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ, ଜାଣନ୍ତୁ କ’ଣ?

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ । ମୃତ୍ୟୁ ଆଗରୁ ଚିନ୍ମୟୀ ମଦ ପିଇ ଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ।ଗତ ଫେବୃଆରୀ ୨୮ ତାରିଖରେ ଭିସୁଟର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ସାହୁ ନିକଟସ୍ଥ ବୁର୍ଲା ପାୱାର ଚ୍ୟାନେଲକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ଆସିଥିଲା । ଏହି ମାମଲାରେ ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ଅଟକ ରଖିବା ସହ ସେମାନଙ୍କ ଲାଏ ଡିଟେକସନ ଟେଷ୍ଟ କରାଇଥିଲା । ପରେ ଚିନ୍ମୟୀ ଙ୍କ ଡାଏଟମ ରିପୋର୍ଟରେ ମଧ୍ୟ ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା ।
ଆଜି ଜିଲ୍ଲା ପୋଲିସକୁ ଚିନ୍ମୟୀଙ୍କ ଭିସେରା ରିପୋର୍ଟ ହସ୍ତଗତ ହୋଇଛି । ପାଣିରେ ବୁଡି ମୃତ୍ୟୁ ବରଣ କରିବା ପୂର୍ବରୁ ଚିନ୍ମୟୀ ପ୍ରଚୁର ଆଲକହଲ ନେଇଥିବା ଭିସେରା ରିପୋର୍ଟରେ ଥିବା ସମ୍ବଲପୁର ଏସପି କହିଛନ୍ତି । ମୃତ୍ୟୁ ପାଣିରେ ବୁଡି ହୋଇଥିବା ଏହି ରିପୋର୍ଟ ରେ ଉଲ୍ଲେଖ ରହିଛି । ତେବେ ଚିନ୍ମୟୀ ନିଜକୁ ନିଜେ ପାଣିକୁ ଡେଇଁଥିଲେ ନା ତାଙ୍କୁ ପାଣିକୁ ଡେଇଁବା ପାଇଁ କେହି ବାଧ୍ୟ କରିଥିଲେ, ପୋଲିସ ଏବେ ସେନେଇ ତଦନ୍ତ କରିବ ବୋଲି ଏସପି ସୂଚନା ଦେଇଛନ୍ତି ।
Powered by Froala Editor