ଇଡିକୁ ପୁଣି ଚକମା ଦେଲେ ଶ୍ରଦ୍ଧାଞ୍ଜଳି, ଆସିଲେ ନାହିଁ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାମ ମାମଲାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ପୁଣି ଚକମା ଦେଇଛି ଶ୍ରଦ୍ଧାଞ୍ଜଳି ବେହେରା । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଶ୍ରଦ୍ଧାଞ୍ଜଳିର ସରୁନି ଲୁଚକାଳି ଖେଳ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ସୋମବାର ହାଜର ହେବାର ଥିଲା । ହେଲେ ଆସିଲେ ନାହିଁ । ନିଜ ଓକିଲଙ୍କ ମାଧ୍ୟମରେ ପକ୍ଷ ରଖିଲେ । ମଙ୍ଗଳବାର ଯଦି ସେ ହାଜର ନ ହୁଅନ୍ତି ତା’ହେଲେ ତାଙ୍କ ବିରୋଧର ଏନ୍ବିଡବ୍ଲ୍ୟୁ ଜାରି କରାଯିବ ବୋଲି ଜଣାପଡ଼ିଛି ।
ଅର୍ଚ୍ଚନା ପୂର୍ବରୁ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ନ ହେବା ନେଇ ପ୍ରଶ୍ନ ଉଠାଇଥିଲେ । ବିଚାରପତିଙ୍କ ଆଗରେ ଶ୍ରଦ୍ଧାଞ୍ଜଳିଙ୍କ ଗିରଫ ନ ହେବା ଏବଂ କାହା ଛତ୍ରଛାୟାରେ ସେ ଲୁଚି ରହିଛନ୍ତି ବୋଲି ଯୁକ୍ତି ରଖିଥିଲେ । ସୋମବାର ଇଡି ସ୍ୱତନ୍ତ୍ର କୋର୍ଟରେ ନାଗ ଚାନ୍ଦ ଦମ୍ପତି ହାଜର ହେବା ତାରିଖ ରହିଥିଲା । ଉଭୟଙ୍କୁ ଭିଡିଓ କନଫରେନ୍ସି ଜରିଆରେ ହାଜର କରାଯାଇଥିଲା । ହେଲେ ଶ୍ରଦ୍ଧାଞ୍ଜଳି ହାଜର ନ ହୋଇ ସମୟ ନେଇଥିଲେ ।
Powered by Froala Editor