କୂଅରେ ପଡ଼ି ୧୨ ବର୍ଷର ବାଳକ ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ କୂଅରେ ପଡ଼ି ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି।
ମୃତ ବାଳକଙ୍କ ନାଁ ଶୁଭମ ନାୟକ। ତାଙ୍କ ଘର ତୁମୁସିଙ୍ଗା ଥାନା ବୋଲୁଅ ଗାଁରେ। ସେ ଗତକାଲି ଯାତ୍ରା ଦେଖିବା ପାଇଁ ତାଙ୍କ ପରିବାରର ଲୋକଙ୍କ ସହିତ ତାଙ୍କ ମାମୁଙ୍କ ଗାଁ ସରଦେଇପୁରକୁ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଶୁଭମ ପରିସ୍ରା କରିବାକୁ ଆସି ଅସାବଧାନତା ଯୋଗୁ ପାଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ। ସେ ନ ଫେରିବାରୁ ପରିବାର ଲୋକେ ବିଳମ୍ବିତ ରାତିରେ ବହୁତ ଖୋଜା ଖୋଜି କରିଥିଲେ। ମାତ୍ର ଶୁଭମଙ୍କର କୌଣସି ପତ୍ତା ପାଇ ନଥିଲେ। ପରେ କୂଅରେ ଶୁଭମ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମଙ୍କ ମୃତଦେହକୁ କୂଅରୁ ବାହାର କରାଯାଇଥିଲା। କାମାକ୍ଷାନଗର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଛି।
Powered by Froala Editor