ପୁଷ୍ପା-୨ ପାଇଁ ୪୦ କୋଟି ନେବେ ଅଲ୍ଲୁ ଅର୍ଜୁନ
ଅଲ୍ଲୁ ଅର୍ଜୁନଙ୍କ ବହୁତ ଫିଲ୍ମ ହିଟ୍ ହୋଇଛି । ହେଲେ ପୁଷ୍ପା ପାଇଁ ସାଉଥ୍ ସିନେମା ଇଣ୍ଡଷ୍ଟ୍ରୀ ବ୍ୟତୀତ ବଲିଉଡ ଓ ହିଲଉଡରେ ବି କ୍ରେଜ୍ ରହିଛି । ପୁଷ୍ପାରେ ତାଙ୍କର ଦମଦାର ଅଭିନୟ କୋଟି କୋଟି ଦର୍ଶକଙ୍କ ମନ କିଣିନେଇଛି । ପୁଷ୍ପା ସତକୁ ସତ ଫାୟାର ପାଲଟି ଯାଇଛି । ତେବେ ଜାଣିଛନ୍ତି କି ପୁଷ୍ପା ପରଠୁ ସେ ତାଙ୍କର ପାରିଶ୍ରମିକ ବି ବଢାଇ ଦେଇଛନ୍ତି ।
କିଛି ଦିନ ତଳେ ପାର୍ଟ-୨ର ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ସେ ଭିନ୍ନ ଅବତାରରେ ନଜର ଆସିଛନ୍ତି । ଜେଲ୍ରୁ ଫେରାର ହେବା ପରେ ତାଙ୍କୁ ସବୁଠି ଖୋଜା ଚାଲିଥିବାବେଳେ ସେ ତାଙ୍କର ଭିନ୍ନ ଗେଟଅପ୍ରେ ନଜର ଆସିଛନ୍ତି । ତେବେ ପୁଷ୍ପାର ପାର୍ଟ ୨ ପାଇଁ ସେ ପ୍ରାୟ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଛି କି ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲୁ ଅର୍ଜୁନ ସବୁଠାରୁ ମହଙ୍ଗା ଷ୍ଟାର ପାଲଟି ଯାଇଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ବି ତାଙ୍କ ଫିଜ ବଢାଇ ଦେଇଛନ୍ତି । ଅଲ୍ଲୁ ଅର୍ଜୁନ ଏହି ମୁଭି ପାଇଁ ୮୫ କୋଟି ଫିଜ ଡିମାଣ୍ଡ କରିଛନ୍ତି । ଯାହା ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଷ୍ଟାର୍ ଡିମାଣ୍ଡ କରିନାହାନ୍ତି ।
Powered by Froala Editor