Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ ...

ରାଜ୍ୟ
Home ›› ରାଜ୍ୟ ›› ୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

2023-04-10 05:46:28
14137
Share:
Facebook
Twitter
E-Mail
WhatsApp
Telegram
 ୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

ଭୁବନେଶ୍ୱର:  ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢିଛି। ପଛରେ ପଡିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ। ଏହି ୬ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୭୩ପ୍ରତିଶତକୁ ବଢିଛି। ହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ ଏହି ତାଲିକାର ସବୁଠାରୁ ତଳେ ରହିଛି। ଲଗାତର ଦୁଇ ଦୁଇ ଥର ୟୁପିରେ ଯୋଗୀ ସରକାର ଥାଇ ମଧ୍ୟ ମୁଣ୍ଡ ପିଛା ଆୟ ମାତ୍ର ୪୦ପ୍ରତିଶତରେ ସୀମିତ ରହିଛି। ସେହିପରି କେନ୍ଦ୍ର ଓ ରାଜ୍ୟ ବିଜେପି ବିକାଶର ଯେଉଁ ଗୁଜରାଟ ମଡେଲକୁ ନେଇ ବାହସ୍ଫୋଟ ମାରୁଛନ୍ତି, ସେହି ଗୁଜରାଟର ମୁଣ୍ଡପିଛା ଆୟ ୟୁପିଠାରୁ ମାତ୍ର ଏକ ପ୍ରତିଶତ ଉପରେ ରହିଛି।

ବିଜେପି ବିକାଶର ମଡେଲ ଷ୍ଟେଟ ଭାବେ ଜଣାଶୁଣା ଗୁଜରାଟରେ ଗତ ୬ବର୍ଷ ଭିତରେ ମାତ୍ର ୪୧ପ୍ରତିଶତରେ ପହଞ୍ଚିଛି ମୁଣ୍ଡ ପିଛା ଆୟ। ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ବି ମୁଣ୍ଡପିଛା ଆୟ ବୃଦ୍ଧିରେ ଓଡ଼ିଶାର ସମକକ୍ଷ ହୋଇନଥିବା କେନ୍ଦ୍ର ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସର୍ଭେ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରଥମ ପାଳି ପୂର୍ବରୁ ରାଜ୍ୟରେ ଅତି ନୈରାଶ୍ୟଜନକ ସ୍ଥିତିରେ ଥିଲା ମୁଣ୍ଡପିଛା ଆୟ। ୧୯୯୯ ମହାବାତ୍ୟା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ଦେଇଥିଲା। ସେ ସମୟରେ ମୁଣ୍ଡପିଛା ଆୟ ମାତ୍ର ୧୩,୦୧୨ ଥିଲା। ନବୀନ ସରକାର ଆସିବା ପରେ ଆରମ୍ଭ ହୋଇଥିଲା ଆର୍ଥିକ ସଂସ୍କାର। ଠିକ୍ ସମୟରେ ଦରମା ପାଉ ନଥିବା ସରକାରୀ କର୍ମଚାରୀ ବି ମାସ ଶେଷକୁ ଦରମା ପାଇଲେ। ୨୦୧୭-୧୮ରେ ରାଜ୍ୟରେ ମୁଣ୍ଡ ପିଛା ଆୟ ୮୭,୦୫୫ ଟଙ୍କା ଥିଲା। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଏହା ୧ଲକ୍ଷ ୨୮ ହଜାର ୮୭୩ ଟଙ୍କା ପହଞ୍ଚିଥିଲା।୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧ଲକ୍ଷ ୫୦ ହଜାର ୬୭୬ରେ ପହଞ୍ଚିଛି। ୧୯୯୯-୨୦୦୦ରେ ରାଜ୍ୟର ମୁଣ୍ଡପିଛା ଆୟ ତୁଳନାରେ ମୁଣ୍ଡ ପିଛା ଋଣ ୨.୬୫ ଗୁଣ ଥିଲା। ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ ଗୁଣାରେ ପହଞ୍ଚିଛି। ଏପରି ସ୍ଥିତିରେ ଏଫଆରବିଏମ୍ ନିୟମ ଅନୁସାରେ, ଯେକୌଣସି ରାଜ୍ୟ ୨୫ ପ୍ରତିଶତ ଋଣ କରିପାରିବ। ମହାରାଷ୍ଟ୍ର ପରି ବିକାଶିତ ରାଜ୍ୟ ୨୫ପ୍ରତିଶତ ଋଣ ଅତିକ୍ରମ କରିଥିବା ବେଳେ ଓଡ଼ିଶାର ଋଣ ପରିମାଣ ୧୭ରୁ ୧୯ ପ୍ରତିଶତରେ ସୀମିତ ରହିଛି। ରାଜ୍ୟରେ ଋଣ ଭାର ହ୍ରାସ କରିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜସ୍ବ ବଳକା ସୃଷ୍ଟି କରି ଋଣ ଉପରେ ଥିବା ନିର୍ଭରଶୀଳତା କମ୍ କରାଯାଇଛି। ୨୦୦୬-୦୭ରୁ ୨୦୧୩-୧୪ ଓ ୨୦୨୧-୨୨ରୁ ଏଯାଏ ଖୋଲା ବଜାରରୁ ଋଣ ନିଆଯାଇନି। ସେହିପରି ଉଚ୍ଚ ସୁଦ୍ଧହାର ବିଶିଷ୍ଟ ଋଣକୁ ଆଗୁଆ ପଇଠ କରାଯାଇଥିବା ବେଳେ ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ମଧ୍ୟ ୨୦୧୬-୧୭ରୁ ଏଯାବତ୍ କୌଣସି ଋଣ ନିଆଯାଇନାହିଁ।

Powered by Froala Editor

Tags Income

Related articles Odisha News Lens 4.1

  • ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା
    ଦେଶ-ଦେଶାନ୍ତର

    ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା

    15497
    Jun 01, 2025
  • କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା
    ଦେଶ-ଦେଶାନ୍ତର

    କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା

    14663
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ
    ବିଶେଷ

    ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15141
    Jun 02, 2025
  • ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି
    ଦେଶ-ଦେଶାନ୍ତର

    ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି

    15101
    Jun 02, 2025
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ
    ଦେଶ-ଦେଶାନ୍ତର

    ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ

    13539
    Jun 01, 2025
  • ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା
    ଦେଶ-ଦେଶାନ୍ତର

    ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14837
    Jun 02, 2025
  • କ୍ୟାନସରରେ ପୀଡ଼ିତ ଦୀପିକା
    ମନୋରଞ୍ଜନ

    କ୍ୟାନସରରେ ପୀଡ଼ିତ ଦୀପିକା

    14908
    Jun 01, 2025
  • ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି
    ଦେଶ-ଦେଶାନ୍ତର

    ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି

    15433
    Jun 01, 2025
  • ୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ
    ଦେଶ-ଦେଶାନ୍ତର

    ୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ

    14135
    Jun 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15141
    Jun 02, 2025
  • ଦେଶ-ଦେଶାନ୍ତର

    ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା

    15497
    Jun 01, 2025
  • ଦେଶ-ଦେଶାନ୍ତର

    ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି

    15433
    Jun 01, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16927
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15466
    Apr 03, 2021

ବିଶେଷ

  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    14767
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15141
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    14970
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15657
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13729
    May 31, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15684
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16298
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14009
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14807
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି

    15101
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15141
    Jun 02, 2025
  • କ୍ୟାନସରରେ ପୀଡ଼ିତ ଦୀପିକା

    14908
    Jun 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In