'ୟେଂତମ୍ମା' ଗୀତ ମୋ ସ୍ୱପ୍ନ ପୂରଣ କରିଛି : ରାମଚରଣ
ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି ମୁଭି 'କିସି କା ଭାଇ କିସି କି ଜାନ'ର ଗୀତ 'ୟେଂତମ୍ମା' । ଏଥିରେ ସଲମାନ ଖାଁ ସାଉଥ ଇଣ୍ଡିଆନ ଲୁକରେ ସାଉଥର ସୁପରଷ୍ଟାର ରାମ ଚରଣ ଓ ଦଗ୍ଗୁବାତି ଭେଙ୍କଟେଶଙ୍କ ସହ ଡ୍ୟାନ୍ସ କରୁଛନ୍ତି। କମ ସମୟ ମଧ୍ୟରେ ଏହି ଗୀତ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।
'ୟେତମ୍ମା'ର ବିଟିଏସ ଭିଡିଓରେ ରାମ ଚରଣ ସଲମାନ ଖାଁଙ୍କ ସହ ଡ୍ୟାନ୍ସ କରିବାପରେ ନିଜର ଫିଲିଙ୍ଗସ ଶେୟାର କରିଛନ୍ତି। ରାମ କୁହନ୍ତି, ଏହି ଗୀତ ହେଉଛି ଏକ ବ୍ଲାଷ୍ଟ। ଏହା ସବୁଠାରୁ ଭଲ ଗୀତ ମଧ୍ୟରୁ ଗୋଟିଏ। ରାମ ଚରଣ ଏହି ଏକ୍ସପିରିୟନ୍ସକୁ ଏକ ଛୋଟ ପିଲାର ସ୍ବପ୍ନ ପୁରଣ ହେଲା ଭଳି କହିଛନ୍ତି।
କିଛିଦିନ ହେବ ରାମ ଚରଣ 'ଆରଆରଆର' ମୁଭିର 'ନାଟୁ ନାଟୁ' ଗୀତକୁ ଓସ୍କାର ମିଳିବା ପରେ ଥିଲେ ଚର୍ଚ୍ଚାରେ। ଏହା ରାମଚରଣଙ୍କ ପାଇଁ ଗର୍ବର ବିଷୟ । ଏବେ ରାମ ଚରଣ ସଲମାନ ଖାଁଙ୍କ 'ୟେଂତମ୍ମା'ରେ ତଡକା ଲଗାଉ ଥିବା ନଜର ଆସିଛି।
Powered by Froala Editor