ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ। ଗୁରୁବାର ରାତିରେ ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝିଙ୍କ ଗାଈକୁ ମାରି ଖାଇଲା ବାଘ।
ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା। ଜଙ୍ଗଲରେ ମହୁଲ ଖାଇବା ଆଶାରେ ରହିଯାଇଥିଲା। ବାଘ ଭୟରେ ପରିବାର ଲୋକେ ଗାଈକୁ ଖୋଜିବାକୁ ଯାଇନଥିଲେ। ଆଜି ସକାଳେ ଜଙ୍ଗଲ ଭିତରେ ଗୋବର୍ଦ୍ଧନଙ୍କ ଗାଈର ମୃତଦେହ ପଡିଥିଲା। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଗାଈକୁ ବାଘ ଶୀକାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor