ହୋମ ଥିଏଟେର ବିସ୍ପୋରଣ ଘଟି ବର ଓ ବର ଭାଇ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି, ବିଫଳ ପ୍ରେମିକର ପାର୍ଶଲ ବୋମା ବିସ୍ପୋରଣରେ ପ୍ରେମିକାର ବର ସହିତ ବର ଭାଇର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ବିବାହ ଉତ୍ସବରେ ବିଫଳ ପ୍ରେମିକ ଦେଇଥିବା ଉପହାର ହୋମ ଥିଏଟେର ବିସ୍ପୋରଣ ଘଟି ଏଥିରେ ନବ ବିବାହିତ ବର ଏବଂ ବରର ଭାଇ ମୃତ୍ୟୁ ବରଣ କରିଛନ୍ତି। ପରିବାରର ଚାରି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ମାଲକାନଗିରି ଜିଲ୍ଲା ଛତିଶଡ଼ ରାଜ୍ୟ କବିରଧାମ ଜିଲ୍ଲା ଚମାରି ଗାଁରେ ଏକ ବିବାହ ଉତ୍ସବ ଚାଲିଥିଲା। ଏତିକି ବେଳେ ପ୍ରେମୀ ଯୁବକ ସଞ୍ଜୁ ମର୍କମ୍ ପ୍ରେମିକାର ସ୍ବାମୀକୁ କ୍ଷତି ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବାରୁଦ ଭର୍ତ୍ତି ସାଉଣ୍ଡ ସିଷ୍ଟମ୍ ଦ୍ବାରା ପ୍ରେମିକା ଏବଂ ତା ସହ ବିବାହ କରୁଥିବା ବରକୁ ମାରିଦେବାକୁ ଟାର୍ଗେଟ କରିଥିଲା। ପ୍ରେମୀ ଯୁବକ ସଞ୍ଜୁ ମର୍କମ ମଧ୍ୟପ୍ରଦେଶର ଛପଲା ଜିଲ୍ଲାର ବାଲାଘାଟ ଆଞ୍ଚଳ୦ର ହୋଇଥିବା ବେଳେ ପ୍ରେମିକା ଲଳିତା ମଧ୍ୟ ସେହି ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଚମାରୀ ଗାଁର ବୋଲି ଜଣା ପଡ଼ିଛି।
ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ନିବିଡ଼ ସମ୍ପର୍କ ଗଢ଼ି ଉଠିଥାଏ। ଏହାରି ଭିତରେ ଛତିଶଗଡର ହିମେନ୍ଦ୍ର ସହ ଵିଵାହ ପ୍ରେମିକା ଲଳିତା ସହ ବାହାଘର ହୋଇଗଲା। ଏହାକୁ ସହ୍ୟ କରି ନପାରି ପ୍ରତିଶୋଧ ନେବାକୁ ପ୍ରେମିକ ସଞ୍ଜୁ ଯୋଜନା କଲା। ସେ ପେଶା ରେ ଜଣେ ମେକାନିକ। ପୁର୍ବରୁ ସେ ଏକ ମାଇନିଙ୍ଗ କମ୍ପାନୀରେ କାମ କରି ଏହି ବିସ୍ପୋରଣ ସମ୍ପର୍କ ରେ ଅନେକ କିଛି ଜାଣି ସାରିଥିଲା। ତେବେ ବାହାଘର ସମୟରେ ଅଭିଯୁକ୍ତ ସଞ୍ଜୁ ଏକ ଦୋକାନରୁ ଏହି ଇଲୋକ୍ଟ୍ରୋନିକ ସାଉଣ୍ଡ ଡିଭାଇସ୍ କିଣି ତା ଭିତରେ ବାରୁଦ ଭର୍ତ୍ତିକରି ବିବାହ ବେଳେ ଉପହାର ଦେଇଥିଲା।ସବୁ ଉପହାର ଗୁଡିକ ବିବାହ ସରିବା ପରେ କନ୍ୟା ଘରୁ ବର ଘରକୁ ପଠାଯାଇଥିଲା। ବର ଘରେ ସମସ୍ତେ ଉପସ୍ଥିତିରେ ଉପହାର ଗୁଡିକ ଖୋଲା ଯାଇଥିଲା, ଆଉ ଏହି ହୋମ ଥିଏଟର ଖୋଲି ବର ଗୀତ ଶୁଣିବାକୁ ଯାଇ କରେଣ୍ଟ ସଂଯୋଗ କଲା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା।
Powered by Froala Editor