ଅତାବିରା ଓ ହିନ୍ଦୋଳ ଏନ୍ଏସି: ସକାଳ ୮ଟାରୁ ଚାଲିଛି ଭୋଟିଂ
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ପାଇଁ ଭୋଟିଂ ଚାଲିଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।ଅତାବିରାର ୧୨ଟି ୱାର୍ଡରେ ୧୬ଟି ବୁଥ୍ ପ୍ରତିଷ୍ଠା କରାଯାଇଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି ।
ଏଥିରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିବେ। ସେହିପରି ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ହେଉଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡ଼ା ଟକ୍କର ହେଉଛି।
ଏପଟେ ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୫୦ କାଉନସିଲର ପ୍ରାର୍ଥୀ ଓ ୩ ପ୍ରମୁଖ ଦଳର ଚେୟାରମ୍ୟାନ ପ୍ରାର୍ଥୀ। ଭୋଟର୍ ସଂଖ୍ୟା ୯ହଜାର ୮ଶହ ୬୩ ରହିଛି । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
Powered by Froala Editor