ଆଜିଠୁ ୭ଦିନିଆ ଜାପାନ ଗସ୍ତରେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜାପାନ ଗସ୍ତରେ ଯିବେ । ସକାଳ ୯ଟା ୪୫ରେ ସେ ନବୀନ ନିବାସରୁ ବାହାରି ୧୦ଟାରେ ବିମାନରେ ଉଡ଼ାଣ କରିବେ । ୪ ତାରିଖରେ ସେ ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ୍ ମିଟ୍କୁ ସମ୍ବୋଧିତ କରିବେ । ୧୦ ତାରିଖ ଯାଏ ସେଠାରେ ରହି ଏକାଧିକ ପୁଞ୍ଜିପତିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଦିଲ୍ଲୀରୁ ଭାୟା ସିଙ୍ଗାପୁର ଦେଇ ସେ ଅପରାହ୍ନ ସୁଦ୍ଧା ଜାପାନରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ୪୫ରେ ନବୀନ ନିବାସରୁ ବାହାରିବେ । ୯ଟା ୫୦ରେ ବିମାନବନ୍ଦରରେ ପହଞ୍ଚିବେ । ୧୦ଟାରେ ଲିଗାସି ୬୦୦ ଭିଟି-ସିଏମ୍ଆର ବିମାନରେ ବସି ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବେ । ଅପରାହ୍ନ ସୁଦ୍ଧା ସେଠାରେ ପହଞ୍ଚିବେ । ରାତିରେ ବିମାନ ଯୋଗେ ସିଙ୍ଗାପୁରରୁ ଜାପାନ ଅଭିମୁଖେ ବାହାରିବେ ।୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ବିଜନେସ୍ ମିଟ୍ରେ ଯୋଗ ଦେଇ ଓଡ଼ିଶା ପାଇଁ ପୁଞ୍ଜି ମାଗିବେ । ଟୋକିଓ, କ୍ୱୋଟୋ ଏବଂ ଓସାକା ଭଳି ଭିନ୍ନ ଭିନ୍ନ ସହରରେ ଏକାଧିକ ବିଜନେସ୍ ମିଟ୍ ବା ବ୍ୟବସାୟିକ ସମ୍ମିଳନୀ ହେବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟକୁ ଯେଭଳି ବ୍ୟାପକ ପୁଞ୍ଜିନିବେଶ ଆସିପାରିବ ସେଥିପାଇଁ ସବୁ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।
୪ରୁ ୧୦ ତାରିଖ ଯାଏ ଜାପାନରେ ମୁଖ୍ୟମନ୍ତ୍ରୀଙ୍କ ରହଣି କାର୍ୟ୍ୟକ୍ରମ ହୋଇଛି । ଏହି ସମୟରେ ଏକାଧିକ ବଡ଼ ପୁଞ୍ଜିନିବେଶକାରୀଙ୍କୁ ସିଧାସଳଖ ଭେଟିବେ ନବୀନ । ଏହି ୱାନ୍ ଟୁ ୱାନ୍ ବୈଠକରେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।
Powered by Froala Editor