ପିକ୍ ଅପ୍ ଦୁର୍ଘଟଣା, ୨ ଶ୍ରମିକ ମୃତ

ପଟାଙ୍ଗି : ପଟାଙ୍ଗି ଲାଉଡି ନିକଟରେ ପିକ୍ ଅପ୍ ଦୁର୍ଘଟଣା । ଦୁର୍ଘଟଣାରେ ୨ ଶ୍ରମିକ ମୃତ, ୧୧ ଆହତ । ଆହତଙ୍କୁ ପ୍ରଥମେ ସାଲୁର ପରେ ବିଜୟନଗରମ୍ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉକି, ଭାରତମାଳା ରାସ୍ତା କାମରେ ନିୟୋଜିତ ଆନ୍ଧ୍ର ପ୍ରଦେଶ ସାଲୁର ଅଂଚଳର ଶ୍ରମିକଙ୍କୁ ଧରି ଆସୁଥିବା ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପଟାଙ୍ଗି ବ୍ଲକ ସୁଙ୍କି ନିକଟ ଲାଉଡି ନିକଟରେ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ସାଲୁରରେ ବଜାର କରି ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ଗାଡିରେ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ ।
Powered by Froala Editor