ଏମିତି କହିଲେ ଉର୍ଫି : ଯାହା ପିନ୍ଧୁଥିଲି, ଆଉ ସେମିତି ପିନ୍ଧିବିନି
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଜାଭେଦ ଏବେ ସମସ୍ତଙ୍କୁ ଟ୍ବିଟ କରି କ୍ଷମା ମାଗିଛନ୍ତି। ମୁଁ ଯେଉଁଭଳି ପୋଷାକ ପିନ୍ଧୁଥିଲି, ସେଭଳି ପୋଷାକ ଆଉ ପିନ୍ଧିବିନି ବୋଲି ଟ୍ବିଟ କରିଛନ୍ତି ଉର୍ଫି। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ତେଣୁ ଏଭଳି ପୋଷାକ ଆଉ ପିନ୍ଧିବେନି ବୋଲି ସେ କହିଛନ୍ତି ।
ଟ୍ବିଟରେ ଲେଖାଯାଇଛି ଯେ, ମୁଁ ଯାହା ପିନ୍ଧେ, ସେଥିପାଇଁ ସମସ୍ତଙ୍କ ଭାବନାକୁ ଆଘାତ ଲାଗିଥିବାରୁ ମୁଁ କ୍ଷମା ମାଗୁଛି। ବର୍ତ୍ତମାନଠାରୁ ଆପଣମାନେ ଏକ ପରିବର୍ତ୍ତିତ ଉର୍ଫି ଦେଖିବେ। କ୍ଷମା।' ହଠାତ୍ ଉର୍ଫିଙ୍କ ଏଭଳି ଟ୍ବିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଉର୍ଫି ଏଭଳି ନିଷ୍ପତ୍ତି କାହିଁକି ନେଲେ ସମସ୍ତଙ୍କ ମନରେ ସେ ପ୍ରଶ୍ନ ଆସିଥିଲା। ହେଲେ ଏଭଳି ଟ୍ବିଟ କରିବା ପରେ ପରେ ଏପ୍ରିଲ ଫୁଲ୍ କରିବା ପାଇଁ ଉର୍ଫି ଏଭଳି କରିଥିବା କହିଛନ୍ତି। ଯାହାକୁ ଦେଖିବା ପରେ କିଛି ୟୁଜର୍ସ ଆହୁରି ରାଗିଯାଇଛନ୍ତି । ତାଙ୍କର ଏଭଳି ମଜାକ ତାଙ୍କୁ ପସନ୍ଦ ଆସୁନାହିଁ ବୋଲି କହିଛନ୍ତି ।
Powered by Froala Editor