ଫେକ୍ ସାର୍ଟିଫିକେଟ୍ ମାମଲା: ତଦନ୍ତ ଦାୟିତ୍ବ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବଲାଙ୍ଗିର ଫେକ୍ ସାର୍ଟିଫିକେଟ୍ ମାମଲାରେ ତଦନ୍ତ ଦାୟିତ୍ବ ନେଇଛି କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ ବଲାଙ୍ଗିର ଗସ୍ତ କରି ଘଟଣାସ୍ଥଳରେ ଛାନଭିନ୍ କରିବ । ଅନ୍ୟ ଟିମ୍ ବଲାଙ୍ଗିର ପୋଲିସର ତଦନ୍ତ ନେଇ କାଗଜପତ୍ର ଛାନଭିନ୍ କରିବ ।
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଜାଲ୍ ସାର୍ଟିଫିକେଟ କରାବାରର ଚେର ଲମ୍ବିଛି। ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟ କାରବାରର ସାଂଘାତିକ ଅଭିଯୋଗ। ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ବର୍ତ୍ତମାନ ପର୍ୟ୍ୟନ୍ତ ୧୯ ଜଣଙ୍କୁ ଗିରଫ କରି ସାରିଛି ଜିଲ୍ଲା ପୁଲିସ । ଜାଲ ସାର୍ଟିଫିକେଟ୍ର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଗିରଫ ହେବା ପରେ ତାଙ୍କ ସହ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିରୋଧୀ କହିବା ଆରମ୍ଭ କରିଛନ୍ତି।
Powered by Froala Editor