ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସିଟି ଜିଏସ୍ଟି ଅଧିକାରୀ
ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଜିଏସ୍ଟି ଅଧିକାରୀ ଚିତ୍ତରଂଜନ ମହାନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ସିଜ୍ ଡକ୍ୟୁମେଣ୍ଟ ରିଲିଜ୍ କରିବା ଏକ କେସ୍ ବନ୍ଦ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ।ଲାଞ୍ଚ ଟଙ୍କା ଜବତ ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚିତ୍ତଙ୍କ ଘର ସମେତ ୩ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ।
ସୂଚନା ମୁତାବକ, ପାରାଦୀପ ସିଟି ଜିଏସ୍ଟି ଅଫିସ୍ର ଅଫିସର ଚିତ୍ତ କମର୍ସିଆଲ ଟ୍ୟାକ୍ସ ଅଧିକାରୀ ଓ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଅଧିକାରୀ ଭାବେ କାମ କରନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା କାଗଜପତ୍ର ଫେରାଇବା ସହ ମାମଲା ରଫାଦଫା କରିବା ପାଇଁ ସେ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟବସାୟୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଥିବା ବାଣିଜ୍ୟ କର ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ବାବଦ ଟଙ୍କା ଗ୍ରହଣ କରିଥିବା ଚିତ୍ତଙ୍କୁ ଭିଜିଲାନ୍ସ ଧରି ଥିଲା। ଏନେଇ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।
Powered by Froala Editor