ବଲିଉଡର ରାଜନୀତି ପ୍ରତି ବିତୃଷ୍ଣା ଆସି ଯାଇଥିଲା
ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା । ନିଟକରେ ଏକ ସାକ୍ଷାତକାରରେ ପ୍ରିୟଙ୍କାଙ୍କୁ ପଚରା ଯାଇଥିଲା, କାହିଁକି ସେ ବଲିଉଡ ଛାଡି କାମ କରିବା ପାଇଁ ଆମେରିକାକୁ ବାଛିଲେ ?
ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ସାତ ଖୁନ ମାଫ ଫିଲ୍ମର ଶୁଟିଂ ଚାଲିଥିଲା । ସେହି ସମୟରେ ୟୁଏସରେ କ୍ୟାରିୟର କରିବା ପାଇଁ ଅଫର ଦେଇଥିଲେ । ସେ ମ୍ୟୁଜିକ ଭିଡିଓ ରେଳ କାମ କରିବା ପାଇଁ କହଥିଲେ । ସେ ସମୟରେ ପ୍ରିୟଙ୍କା ବଲିଉଡରୁ ବାହାରିବା ପାଇଁ ରାସ୍ତା ଖୋଜୁଥିଲେ । ପ୍ରିୟଙ୍କା କହିଥିଲେ ସେ ବଲିଉଡର ରାଜନୀତି ପ୍ରତି ତାଙ୍କର ବିତୃଷ୍ଣା ଆସି ଯାଇଥିଲା । ଏହି ମ୍ୟୁଜିକ ଭିଡିଓ ତାଙ୍କୁ ବଲିଉଡରୁ ବାହାରେ ପାଦ ରଖିବା ପାଇଁ ରାସ୍ତା ଦେଖାଇଥିଲା ।
ପ୍ରିୟଙ୍କା କହିଛନ୍ତି, ବଲିଉଡରେ ସେ ଏକ କୋଣରେ ପଡିଥିଲେ । ଏମିତି ରାଜନୀତି ମୋତେ ଠିକ ଲାଗୁ ନ ଥିଲା । ତେଣୁ ହଲିଉଡକୁ ଯିବା ଉଚିତ ଭାବିଲି ବୋଲି କହିଛନ୍ତି ପ୍ରିୟଙ୍କା ।
Powered by Froala Editor