ରାଜଧାନୀରେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ଟିମ୍ କରିଛି ଏନକାଉଣ୍ଟର । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅଧିକାରୀ ଏବଂ ତାଙ୍କ ଟିମ୍ ଜିତୁକୁ ଧରିବାକୁ ଯାଇଥିବାବେଳେ ଟଙ୍କପାଣି ରାସ୍ତାରେ ପୋଲିସ୍ ଓ ଜିତୁଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା । ଜିତୁ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ତାକୁ ଗୋଡ଼ାଇଥିଲେ । ପୋଲିସକୁ ଦେଖି ପୋଲିସ ଉପରେ ଗୁଳି ଚାଳନା କରିଥିଲା ଏହି ଅଭିଯୁକ୍ତ । ପୋଲିସ ପ୍ରତି ଆକ୍ରମଣରେ ଗୁଳି ଚାଳନା କରିଥିଲା । ଏଥିରେ ଜିତୁର ବାମ ପାର୍ଶ୍ଵର ଗୋଡ଼ରେ ପୋଲିସର ଗୁଳି ବାଜି ଥିଲା । ତୁରନ୍ତ ତାଙ୍କୁ କାବୁ କରିବା ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।
ବାଙ୍କୁଆଲ ନଦୀଘାଟ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ।
Powered by Froala Editor