ହିଲ୍ ଷ୍ଟେସନରେ ରେଷ୍ଟୁରାଣ୍ଟ କରିବାର ସ୍ୱପ୍ନ ଅଛି : କଙ୍ଗନା
କଙ୍ଗନା ରଣାୱତଙ୍କ ହାତରେ ଗୋଟିଏରୁ ଗୋଟିଏ ବଳିକି ପ୍ରୋଜେକ୍ଟ ଅଛି । ଆଗ ଧାଡିର ଏହି ଅଭିନେତ୍ରୀ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ତଥାପି ସେ ସ୍ୱପ୍ନ ପୂରଣ କରିପାରିନାହାନ୍ତି ବୋଲି କହୁଛନ୍ତି । କଙ୍ଗନା କହିଛନ୍ତି, ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ, କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଯୋଗୁ ତାଙ୍କୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡ଼ିଥିଲା। ସେ ଅନେକ ବର୍ଷରୁ ହିଲ୍ ଷ୍ଟେଶନ୍ରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛନ୍ତି, କିନ୍ତୁ ଆର୍ଥିକ କ୍ଷତି ହେତୁ ସେ ନିଜର ରେଷ୍ଟୁରାଣ୍ଟ ଖୋଲିପାରୁ ନାହାନ୍ତି। ରେଷ୍ଟୁରାଣ୍ଟ ଖୋଲିବାର ସ୍ବପ୍ନ ଏବେ ବି ଅଧୁରା ରହିଛି।
କଙ୍ଗନାଙ୍କୁ ଶେଷ ଥର ଧାକଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଫ୍ଲପ ହୋଇଥିଲା। ଆଗକୁ ସେ ଫିଲ୍ମ 'ଏମରଜେନ୍ସି'ରେ ନଜର ଆସିବେ।
Powered by Froala Editor