ଡ୍ରମ୍ରୁ ମିଳିଲାଣି ୩ ମୃତଦେହ : ବେଙ୍ଗାଲୁରୁରେ ବୁଲୁଛି ସିରିଏଲ୍ କିଲର

କିଛି ଦିନ ବ୍ୟବଧାନରେ ବେଙ୍ଗାଲୁରୁରୁ ମୃତ ଦେହ ମିଳୁଛି । ହେଲେ ମୃତଦେହ ସବୁ ମିଳୁଛି ଡ୍ରମ୍ରୁ । ତେଣୁ ଏସବୁ ସିରିଏଲ୍ କିଲରର କାମ ବୋଲି ଅଭିଯୋଗ ହୋଇଛି । ସୋମବାର ବେଙ୍ଗାଲୁରୁ ର ବୈୟପ୍ପାନାହଲ୍ଲୀ ରେଳ ଷ୍ଟେସନର ପ୍ରବେଶ ଦ୍ୱାର ନିକଟରେ ଥିବା ଏକ ଡ୍ରମରୁ ମହିଳାଙ୍କ ମୃତଦେହ ମିଳିଥିଲା। ପୂର୍ବରୁ ୨୦୨୨ ଡିସେମ୍ବର ୬ ତାରିଖରେ ଟ୍ରେନ୍ ରେ ଏକ ଡ୍ରମ୍ ମିଳିଥିଲା, ଯେଉଁଥିରେ ଗଳିତ ମୃତଦେହ ଥିଲା। ଏହାପରେ ଜାନୁଆରି ୪ ତାରିଖରେ ବେଙ୍ଗାଲୁରୁର ଯଶବନ୍ତପୁର ରେଳ ଷ୍ଟେସନର ଏକ ପ୍ଲାଟଫର୍ମରୁ ମହିଳାଙ୍କ ମୃତଦେହ ମିଳିଥିଲା। ଲଗାତାର ଏଭଳି ହତ୍ୟାକାଣ୍ଡକୁ ନେଇ ସନ୍ଦେହ ଘନୀଭୁତ ହେଉଛି ।
ତେବେ ସୋମବାର ବେଙ୍ଗାଲୁରୁ ର ବୈୟପ୍ପାନାହଲ୍ଲୀ ରେଳ ଷ୍ଟେସନର ପ୍ରବେଶ ଦ୍ୱାର ନିକଟରେ ଏକ ଡ୍ରମରୁ ମହିଳାଙ୍କ ମୃତଦେହ ମିଳିଥିଲା। ଏହି ହତ୍ୟାକାଣ୍ଡ ମାମଲାର ସମାଧାନ କରିଥିବା ପୁଲିସ ଦାବି କରିଛି । ତମନ୍ନା (୨୭) ନାମକ ମହିଳାଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ପୁଲିସ କହିଛି । ପୋଲିସ କହିଛି ଯେ ତମନ୍ନା ବିହାରର ଅରାରିଆରେ ତାଙ୍କ ସ୍ୱାମୀ ଆଫରୋଜଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେ ଜଣେ ସମ୍ପର୍କୀୟ ଇନ୍ତେଖାବ ସହ ଫେରାର ହୋଇଯାଇଥିଲେ । ଦୁହେଁ ବେଙ୍ଗାଲୁରୁରେ ରହୁଥିଲେ। ଫେବ୍ରୁଆରି ୧୨ ତାରିଖରେ ଆଫରୋଜଙ୍କ ଭାଇ କମଲ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସିକ୍ୟୁରିଟି ଫୁଟେଜ୍ ସାହାଯ୍ୟରେ ପୁଲିସ ସେମାନଙ୍କୁ ଠାବ କରିଥିଲା। ଏହି ଘଟଣାରେ ପୁଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ଥିବା ଜଣାପଡ଼ିଛି।
Powered by Froala Editor