ପେଟ୍ରୋଲ ସରିଗଲା, ଚେନ୍ ଚୋରକୁ ଛେଚିଲେ ଲୋକେ

କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ସୋମବାର ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ନିର୍ଦ୍ଧୁମ ଛେଚିଛନ୍ତି ଅଞ୍ଚଳବାସୀ । ଚେନ୍ ଛିଣ୍ଡାଇ ଫେରାର ମାରୁଥିବା ବେଳେ ଗାଡ଼ିରୁ ତେଲ ସରିଯାଇଥିଲା । ତେଲ ପକାଇ ଫେରୁଥିବା ବେଳେ ପିଛା କରିଆସୁଥିବା ଲୋକେ ଲୁଟେରାକୁ ମାଡି ବସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଲୋକମାନେ ନିସ୍ତୁକ ମାଡ଼ ମାରିଛନ୍ତି । ପୋଲିସ ଯୁବକଙ୍କଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରି, ନମ୍ବର ପ୍ଲେଟ ସହ ଏକ ବ୍ୟାଗ ଜବତ କରିଛି। ଧରାପଡିଥିବା ଯୁବକଙ୍କ ନାମ ଶଶିକାନ୍ତ ଜେନା ଏବଂ ତାଙ୍କ ଘର ଯାଜପୁର ଅଞ୍ଚଳରେ।
ସୂଚନା ମୁତାବକ, ୨ ଜଣ ଲୁଟେରା ସୁଚା ଚେନ ଛିଣ୍ଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ। ହେଲେ ବାଟରେ ତେଲ ସରିଯିବାରୁ ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟ ପେଟ୍ରୋଲ ଟାଙ୍କିରେ ତେଲ ପକାଇ ପୁଣି ଯାଉଥିବା ବେଳେ ପଛରୁ ପିଛା କରି ଆସୁଥିବା ଲୋକେ ସେମାନଙ୍କୁ ଦେଖି ଚିତ୍କାର କରିଥିଲେ।
ଏହାପରେ ସ୍ଥାନୀୟ ଲୋକେ ପଲସର ବାଇକ୍ରେ ବସିଥିବା ଦୁଇ ଚୋରଙ୍କୁ କାବୁ କରି ନେଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ବାଇକ୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ। ପିଛା କରୁଥିବା ଲୋକମାନେ ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପରେ ନିଶ୍ଚିନ୍ତକୋଇଲି ପୋଲିସ ଜିମା ଦେଇଥିଲେ।
Powered by Froala Editor