ସ୍ୱାମୀ ଶବ ଆଣିବା ପାଇଁ ଝିଅକୁ ବନ୍ଧା ପକାଇଲେ ଉଷା

ବୋଧେ ସରିଗଲାଣି ମାନବିକତା । ହଜିଗଲାଣି ମଣିଷତ୍ୱ । ନହେଲେ ସ୍ୱାମୀର ଶବ ଆଣିବାକୁ ଝିଅକୁ ବନ୍ଧା ପକେଇବାକୁ ପଡିନଥାନ୍ତା । ହଁ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀରର ଉଷା ପରାଭୁଏଙ୍କ ସହିତ ।
ବଲାଙ୍ଗୀର ବେଲପଡାର ବନମାଳ ଗାଁର ଶୁକଦେବ ପରାଭୁଏ ୪ ମାସ ତଳେ ପିଲାଛୁଆ ଓ ସ୍ତ୍ରୀଙ୍କୁ ନେଇ ଦଲାଲ ଜରିଆରେ ତେଲେଙ୍ଗାନା ଯାଇଥିଲେ ଦାଦନ ଖଟିବାକୁ । ଦଲାଲ ଏଥିପାଇଁ ପୂର୍ବରୁ ୬୦ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଅସ୍ୱାସ୍ଥ୍ୟକର ପରିବେଶ ସହ ଅଧିକ ପରିଶ୍ରମ ଯୋଗୁ ଶୁକଦେବଙ୍କର ସ୍ୱାସ୍ଥ୍ୟ ବିଗିଡିଯାଇଥିବା ବେଳେ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଆଉ ତାଙ୍କର ମୃତ ଦେହକୁ ନିଜ ଗାଁକୁ ଫେରାଇ ଆଣିବାକୁ ସଂଘର୍ଷ କରୁଥିଲେ ପତ୍ନୀ ଉଷା । ହସପିଟାଲ କର୍ତୃପକ୍ଷଙ୍କ ନିକଟରେ କାକୁତି ମିନତୀ ହୋଇଥିଲେ ସ୍ୱାମୀର ମୃତ ଦେହ ଫେରାଇବାକୁ । ପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତ ଦେହ ଫେରାଇବାକୁ ବ୍ୟବସ୍ଥା କରିଥିଲେ । କିନ୍ତୁ ଟଙ୍କା ବକେୟା ରହିଥିବାରୁ ନିଜ ୧୨ ବର୍ଷର ଝିଅକୁ ଇଟାଭାଟି ମାଲିକ ପାଖରେ ବନ୍ଧକ ରଖିବାକୁ ପଡିଥିଲା ।
Powered by Froala Editor