ମାଟ୍ରିକ ପରୀକ୍ଷା: ୮ଟାରୁ ଆରମ୍ଭ, ଘଣ୍ଟାଏ ଆଗରୁ ପରୀକ୍ଷା କେନ୍ଦ୍ରକୁ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତାକାଲି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଘଣ୍ଟାଏ ଆଗରୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡ଼ିବ । ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ସମସ୍ତ ପିଲା ପ୍ରଥମ ଦିନ ଘଣ୍ଟାଏ ଆଗରୁ ପହଂଚିବେ ଏବଂ ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହେବ । ପୋଲିସ ଏକ୍ସର୍ଟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ôଚ । ଯେଉଁଦିନ ଯେଉଁ ପରୀକ୍ଷା ହେବ ସେହିଦିନ ସେହି ପ୍ରଶ୍ନପତ୍ର ସକାଳୁ ଯିବ ।
ସକାଳ ୬ ରୁ ୭ ଭିତରେ ହିଁ ପ୍ରଶ୍ନପତ୍ର ସେଣ୍ଟରରେ ପହଂଚିବ । ମୋଟ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚି ସାରିଛି । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଶିକ୍ଷକଙ୍କ ମୋବାଇଲ ସ୍ୱିଚ୍ ଅଫ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ ।ପ୍ରକାଶ ଯେ ଚଳିତ ବର୍ଷ ୩,୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବେ ।
ତେବେ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେଇ ଯିବେ। ମୋଟ ୩୧୬ଟି ନୋଡାଲ ସେଣ୍ଟର କରିଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି।
ସେହିପରି କପି ରୋକିବା ପାଇଁ ମୋଟ ୭୪ଟି ସ୍କ୍ବାର୍ଡ କରାଯାଇଥିବା ବେଳେ ସେଥି ମଧ୍ୟରୁ ବୋର୍ଡ ପକ୍ଷରୁ କରାଯାଇଛି ୩୬ଟି ସ୍କ୍ବାର୍ଡ। ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ମନା।
Powered by Froala Editor