କଟକ ଗଲା ସନ୍ଦିଗ୍ଧ ପାରା

ପାରାଦୀପ:କାଲି ପାରାଦୀପ ସମୁଦ୍ରରୁ ଧରାପଡିଥିବା ସନ୍ଦିଗ୍ଧ ପାରାକୁ କଟକ ସ୍ଥାନାନ୍ତର କରାଯାଇଛି । ଡଗ୍ ଆଣ୍ଡ ପିଜନ୍ ସ୍କ୍ୱାଡକୁ ସ୍ଥାନାନ୍ତର କଲା ମେରାଇନ ପୋଲିସ । ପାରାଠୁ ଜବତ ଡିଭାଇସ ଭୁବନେଶ୍ୱର ଫୋରେନସିକ ଲ୍ୟାବକୁ ପଠାଗଲା । କାଲି ପାରାଦୀପ ସମୁଦ୍ରରୁ ମାଛଧରାଳି ସନ୍ଦିଗ୍ଧ ପାରାକୁ ଧରିଥିଲେ ।
ପାରାଦୀର ସମୁଦ୍ର ମଝିରୁ ଏହି ପାରାକୁ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ । ଏହି ଧଳାପାରା ଡଙ୍ଗାରେ ଆସି ବସିବା ପରେ ମତ୍ସ୍ୟଜୀବୀଙ୍କ ସନ୍ଦେହ ହୋଇଥିଲା । ପାରା ଗୋଡରେ ଏକ ଚିପ ଲାଗିଛି, ଯାହାକୁ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ଡେଣାରେ ବିଦେଶୀ ଭାଷା ଲେଖାଯାଇଛି । ମତ୍ସ୍ୟଜୀବୀ ପାରାକୁ ଧରି ମେରାଇନ ଥାନାକୁ ହସ୍ତାନ୍ତର କରିଥିଲେ।ଧରାପଡିଥିବା ପାରା ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି ।
Powered by Froala Editor