ଧ୍ବସ୍ତବିଧ୍ବସ୍ତ ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ, ୧୫୦ କର୍ମଚାରୀ ନିୟୋଜିତ
ପୁରୀ: ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ପୁରୀ ମରୀଚିକୋଟସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସାରା ରାତି ନିଆଁ ଲାଗିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ନିଆଁକୁ କରାଯାଇପାରିନାହିଁ ଆୟତ୍ତ। କମ୍ପ୍ଲେକ୍ସର ପ୍ରଥମ ମହଲାକୁ ନିଆଁ ବ୍ୟାପିବା ଯୋଗୁ ସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ୟ୍ୟ ହୋଇଛି ବାଧାପ୍ରାପ୍ତ । କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗ୍ୟାସ କଟର ଜରିଆରେ ଦୋକାନ ଗୁଡିକର ସଟର କଟାଯାଉଛି। ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ୟ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି ।
ଅଗ୍ନିକାଣ୍ଡରେ ୨ କୋଟି ଟଙ୍କାରୁ ଅଧିକ ସାମଗ୍ରୀ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏତେବଡ଼ କମ୍ପ୍ଲେକ୍ସର ଗୋଟିଏ ହିଁ ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ ଥିବାରୁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ଦେଖାଯାଉଛି। ପ୍ରଥମ ମହଲାରେ ଏକ ବ୍ୟାଙ୍କ ରହିଥିବାରୁ ଏହାର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି।
ଗତକାଲି ରାତି ୮ଟାରେ ମରୀଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଏକ ଲୁଗା ଦୋକାନରୁ ପ୍ରଥମେ ନିଆଁ ବ୍ୟାପିଥିଲା ।
Powered by Froala Editor