ଜଳି ପୋଡି ଛାରଖାର ହୋଇଯାଇଛି ଲକ୍ଷ୍ମୀ ମାର୍କେଟ, ଆୟତ୍ତ ହୋଇପାରୁନି ନିଆଁ

ପୁରୀ: ଅଗ୍ନିକାଣ୍ଡରେ ଜଳି ପୋଡି ଛାରଖାର ହୋଇଯାଇଛି ପୁରୀ ମରିଚିକୋଟ ଛକ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ। ୧୧ ଘଣ୍ଟା ପରେ ବି ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଏବେବି ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍। ନିଆଁ ଲିଭାଇ ବେଳେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତ ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଛନ୍ତି। ହେଲେ ଏପର୍ୟ୍ୟନ୍ତ ନିଆଁ ଲିଭିନଥିବା ଜଣାପଡ଼ିଛି।
ମାର୍କେଟ କଂପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଯାଇଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସେପଟେ ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲରେ ୧୦୦ରୁ ଅଧିକ ପର୍ୟ୍ୟଟକ ଥିଲେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
Powered by Froala Editor