ଚିନ୍ମୟୀ ମୃତ୍ୟୁ ମାମଲା ହତ୍ୟା ନୁହେଁ ବରଂ ପାଣିରେ ବୁଡି ହୋଇଛି ମୃତ୍ୟୁ

ସମ୍ବଲପୁର : ଚିନ୍ମୟୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲେ ସମ୍ବଲପୁର ଏସ୍ପି । ଏହା ହତ୍ୟା ନୁହେଁ ବରଂ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା କହିଲେ ଏସ୍ପି ବତୁଲା ଗଙ୍ଗାଧର । ସେପେଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ସହଯୋଗୀ ମାନସ ଟୁଡୁଙ୍କୁ ୧୬୦ ବଣ୍ଡ୍ରେ ଛଡାଯିବ ବୋଲି ଏସ୍ପି କହିଛନ୍ତି । ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ ଆଣି ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
ଘଟଣା ଦିନ ଉଭୟ ଚିନ୍ମୟୀ ଏବଂ ପ୍ରୀତିମାନ୍ ନିଶା ସେବନ କରିଥିବା ବେଳେ କିଛି ଗଂଜେଇ ଜାତୀୟ ଦ୍ରବ୍ୟ ସେବନ କରିଥିବା ପ୍ରମାଣ ମିଳିଥିବା ଏସପି କହିଛନ୍ତି । ଆଗକୁ ଭିସେରାରେ ଏହା ସ୍ପଷ୍ଟ ହେବ । ସେପଟେ ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ସ୍ପଷ୍ଟ ହୋଇଛି ପ୍ରୀତିମାନ ଓ ମାନସ ମିଛ କହିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ଚିନ୍ମୟୀ ସାହୁଙ୍କୁ ହତ୍ୟା କରାଯାଇନି । ବରଂ ସେ ପାଣିରେ ବୁଡି ମରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସମ୍ୱଲପୁର ଏସ୍ପି ବି.ଗଙ୍ଗାଧର ।
Powered by Froala Editor