ମନ୍ମଥ ରାଉତ ବିଜେଡିରୁ ବହିଷ୍କୃତ

ଆନନ୍ଦପୁର: ଘସିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି। ଘସିପୁରା ସାଇଁକୁଳ ଠାରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଆବାହକତ୍ୱରେ ବିଜୁ ଜୟନ୍ତୀ ପାଳନ ହେଉଥିଲା। ଅନ୍ୟପକ୍ଷରେ ଘସିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କ ସଂଯୋଜନାରେ ସମାନ୍ତରାଳ ଭାବେ ନିର୍ବାଚନ ମଣ୍ଡଳୀର ଦେଓଗାଁଠାରେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ଏଭଳି ଘଟଣା ଦଳୀୟ ଅସହିଷ୍ଣୁତାକୁ ପଦାରେ ପକାଇଥିଲା । ପରିଣାମ ସ୍ୱରୂପ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
Powered by Froala Editor