ଗିରଫ ପରେ ପଦ ଛାଡିଲେ ଦୁଇ ମନ୍ତ୍ରୀ, ସମ୍ପ୍ରସାରଣ ହୋଇପାରେ ଦିଲ୍ଲୀ କ୍ୟାବିନେଟ୍

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ଦୁଇମନ୍ତ୍ରୀଙ୍କ ଇସ୍ତଫା ପଦକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ନୈତିକତା ଦୃଷ୍ଟିରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କହିଛନ୍ତି ସାଂସଦ ତଥା ଆପ ମୁଖପାତ୍ର ସଂଞ୍ଜୟ ସିଂ । ସିସୋଦିଆର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସମେତ ଏକାଧିକ ବିଭାଗର ଦାୟିତ୍ୱରେ ଥିଲେ। ସେହିପରି ଜୈନ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରହିଥିଲେ। ଖୁବଶୀଘ୍ର ଦିଲ୍ଲୀ କ୍ୟାବିନେଟ ସଂପ୍ରସାରଣ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି।
ଶ୍ରୀ ଜୈନ ୧୦ ମାସ ହେଲା ଜେଲରେ ଅଛନ୍ତି। ସେହିପରି ସିସୋଦିଆଙ୍କୁ ରବିବାର ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ପଦ ସହ ୧୮ଟି ବିଭାଗର ଦାୟିତ୍ୱରେ ରହିଥିଲେ। ଏପରିକି ଜୈନ ଗିରଫ ହେବା ଦିନ ଠାରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ତୁଲାଉଥିଲେ। ହେଲେ ଏବେ ଉଭୟ ନିଜ ନିଜ ପଦ ଛାଡ଼ିଛନ୍ତି।
Powered by Froala Editor