ବିଶ୍ୱରେ ପିଆଜ ସଙ୍କଟ

ନୂଆଦିଲ୍ଲୀ : ପିଆଜ ସଙ୍କଟ ଏବେ ବିଶ୍ୱର ଅନେକ ଦେଶରେ ଦେଖାଦେଇଛି । ଏହାର ପ୍ରଭାବ ଅନ୍ୟ ପରିବା ଉପରେ ମଧ୍ୟ ପଡ଼ୁଛି । ମିଳିତ ଜାତିସଙ୍ଘ ଓ ବିଶ୍ୱ ବ୍ୟାଙ୍କ ଅନୁଯାୟୀ ପିଆଜ ଦର ହ୍ରାସ ଓ ପରବର୍ତ୍ତୀ ବୃଦ୍ଧି ଅନେକ ଫଳ ଏବଂ ପନିପରିବା ମୂଲ୍ୟକୁ ବୃଦ୍ଧି କରୁଛି । ମୋରୋକୋ ,ତୁର୍କୀ , କାଜାକସ୍ତାନ ଭଳି ଦେଶରେ ବେଆଇନ ଭଣ୍ଡାର ଉପରେ କଟକଣା ଜାରି କରାଯାଇଛି । ବ୍ରିଟେନର ଅବସ୍ଥା ମଧ୍ୟ ଖରାପ । ଦକ୍ଷିଣ ସ୍ପେନ ଓ ଉତ୍ତର ଆଫ୍ରିକାରେ ଖରାପ ଅମଳ ଯୋଗୁଁ ଏହା ଘଟିଛି । ପିଆଜ ଦୁନିଆର ସବୁଠୁ ଅଧିକ ବ୍ୟବହାର ହୋଇଥାଏ ।
ବାର୍ଷିକ ପ୍ରାୟ ୧୦୬ ମେଟ୍ରିକ ଟନ ଉପôାଦନ ହୋଇଥାଏ । ଗତବର୍ଷ ପାକିସ୍ତାନରେ ହୋଇଥିବା ଭୟଙ୍କର ବନ୍ୟା,ମଧ୍ୟ ଏସିଆରେ ପିଆଜ ସଢି ଯିବା ଏବଂ ୟୁକ୍ରେନ ଋଷ ଯୁଦ୍ଧ ଏହାର ମୁଖ୍ୟ କାରଣ । ଅନ୍ୟପକ୍ଷରେ ପ୍ରବଳ ମରୁଡ଼ି , ବିହନ ଓ ସାରର ଅଧିକ ମୂଲ୍ୟ ଯୋଗୁଁ ଆଫ୍ରିକାରେ ଉପôାଦନ ପ୍ରଭାବିତ । ଫିଲିଫାଇନସରେ ପିଆଜ ଅଭାବ ଗତ କିଛି ମାସ ମଧ୍ୟରେ ଲୁଣ ଓ ଚିନି ଭଳି ଅନ୍ୟାନ୍ୟ ପ୍ରମୁଖ ଘରୋଇ ସାମଗ୍ରୀର ମୂଲ୍ୟ ଉପରେ ପ୍ରଭାବ ପକାଇଛି । କାଜାକସ୍ତାନରେ ପିଆଜ ମୂଲ୍ୟ ଆକାଶଛୁଆଁ । ମିଳିତ ଜାତିସଙ୍ଘର ତଥ୍ୟ ଅନୁସାରେ ବିଶ୍ୱର ୩ ମିଳିୟନରୁ ଅଧିକ ଲୋକ ପୃଷ୍ଟିକର ଖାଦ୍ୟ ପାଇବାରେ ଅସମର୍ଥ ।
Powered by Froala Editor