ମନୀଷ ସିସୋଦିଆଙ୍କୁ ରିମାଣ୍ଡରେ ନେଲା ସିବିଆଇ

ଗତକାଲି ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ତେବେ ଏହି ରିମାଣ୍ଡ ଅବଧିକୁ ପ୍ରିତିପକ୍ଷ ବିରୋଧ କରିଥିଲେ । ତେବେ କୋର୍ଟ ଏହି ରାୟ ଉପରେ ସଂରକ୍ଷିତ ରଖିଲେ। ପରେ ସିସୋଦିଆଙ୍କ ରିମାଣ୍ଡ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି।
ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ସିସୋଡିଆଙ୍କୁ ଗିରଫ କରି ସୋମବାର କୋର୍ଟରେ ହାଜର କରାଇଥିଲା। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ସିସୋଡିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛି।
ଅନ୍ୟପଟେ ଦିଲ୍ଲୀ ପୁଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲା ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ। ଏହି ସମୟରେ ଆପର କର୍ମକର୍ତ୍ତା ଆଦିଲ ଖାନ୍ ଦିଲ୍ଲୀ ପୁଲିସକୁ ବିରୋଧ କରି ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଦିଲ୍ଲୀ ପୁଲିସ କ’ଣ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ପୋଲିସ କିପରି ଏଏପି କାର୍ଯ୍ୟାଳୟକୁ ପ୍ରବେଶ କରିପାରିବ। ଭାଜପା କର୍ମକର୍ତ୍ତାଙ୍କ ଭଳି ପୋଲିସ କାର୍ଯ୍ୟ କରିବା ବନ୍ଦ କରୁ। ଏହା କି ପ୍ରକାରର ଦାଦାଗିରି ବୋଲି ଆଦିଲ କହିଛନ୍ତି।
Powered by Froala Editor